ଓଡିଶା

odisha

ETV Bharat / state

କଲେଜ କଡରେ ଜମୁଛି ବ୍ରାଉନସୁଗାର ବେପାର

ରାଜଧାନୀର ଯୁବପିଢି ଏବେ ନିଶାର କବଳରେ। ଗୁପଚୁପ, ଚାଟ, ଚାଉମିନ ପରି ଏବେ ବ୍ରାଉନସୁଗାର ପାଲଟିଛି ନିତିଦିନିଆ ଖାଦ୍ଯ। ବ୍ରାଉନସୁଗାର ନ ଖାଇଲେ ସତେ ଯେପରି ପାଗଳ ହେଉଛନ୍ତି ଯୁବପିଢି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

By

Published : Mar 10, 2019, 3:10 AM IST

ଭୁବନେଶ୍ୱର: ରାଜଧାନୀର ଯୁବପିଢି ଏବେ ନିଶାର କବଳରେ। ଗୁପଚୁପ, ଚାଟ, ଚାଉମିନ ପରି ଏବେ ବ୍ରାଉନସୁଗାର ପାଲଟିଛି ନିତିଦିନିଆ ଖାଦ୍ଯ। ବ୍ରାଉନସୁଗାର ନ ଖାଇଲେ ସତେ ଯେପରି ପାଗଳ ହେଉଛନ୍ତି ଯୁବପିଢି। ଏନେଇ ଚାହିଦା ଦେଖି ଫାଇଦା ନେଉଛନ୍ତି ବ୍ରାଉନସୁଗାର ବ୍ଯବସାୟୀ।

ଗୁପଚୁପ, ଚାଟ ଭଳି ଏବେ କଲେଜ କଡରେ ଜମାଇଛନ୍ତି କାରବାର। ପୁଡିଆ ପାଓ ଆଉ ସିମକାର୍ଡ ଭଳି କୋର୍ଡ ୱାର୍ଡ କହିଲେ କଲେଜ ପଢୁଆ ପିଲାଙ୍କୁ ଯୋଗାଉଛନ୍ତି ବ୍ରାଉନସୁଗାର। ରାଜଧାନୀର ସାଲିଆସାହି ନିକଟସ୍ଥ ଇନ୍ଦିରାଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ଫାର୍ମାସୁଟିକାଲ କଡରେ ଏଭଳି ବ୍ରାଉନସୁଗାର ବିକୁଥିବା ଜଣେ ବ୍ଯବସାୟୀକୁ ଧରିଛି କୁଇକ ଆକ୍ସନ ଟିମ।

ତେବେ ବେପାରୀ ନାଁ ରିଙ୍କୁ ନାୟକ ବୋଲି ଜଣାପଡିଥିବାବେଳେ ତାଠାରୁ ୨୩ ଗ୍ରାମର ବ୍ରାଉନସୁଗାର ସହ ନଗଦ ବେପାର କରିଥିବା ୧୪୬୦ ଟଙ୍କା, ଗୋଟିଏ ପଲସର ବାଇକ ଓ ମୋବାଇଲ ଫୋନ ଜବତ କରିଛି ପୋଲିସ। ବିଗତ କିଛି ଦିନ ହେବ ସେ ଏଭଳି କାରବାର କରୁଥିବାର ସୂଚନା ପାଇଥିଲା କ୍ଯୁଏଟି। ଯାହାକୁ ନେଇ ରବିବାର ରେଡ୍ ବେଳେ ତାକୁ ଗିରଫ କରିଛି କମିଶନରେଟ ପୋଲିସ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details