ଓଡିଶା

odisha

ଟିକେଟ୍‌ ବଣ୍ଟାକୁ ନେଇ ଅସନ୍ତୁଷ୍ଟ କର୍ମୀ, ବିଜେପି କାର୍ଯ୍ୟାଳୟରେ ଧସେଇ ପଶିଲେ

By

Published : Mar 26, 2019, 2:44 PM IST

Updated : Mar 26, 2019, 4:01 PM IST

ଟିକେଟ୍‌ ବଣ୍ଟାକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ଅସନ୍ତୁଷ୍ଟ କର୍ମୀ। ଜୟଦେବ ନିର୍ବାଚନମଣ୍ଡଳୀରେ ନରେନ୍ଦ୍ର ନାୟକଙ୍କୁ ଟିକେଟ୍ ଦିଆଯିବାକୁ କର୍ମୀ ବିରୋଧ କରିଛନ୍ତି । ବସନ୍ତ ନାୟକଙ୍କୁ ଟିକେଟ୍ ଦେବାକୁ ଏମାନେ ଦାବି କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ଲୋକସଭା ଓ ବିଧାନସଭା ଆସନ ପାଇଁ ଟିକେଟ୍‌ ଘୋଷଣା ହେବା ପରେ ଦଳୀୟ କନ୍ଦଳ ତେଜିବାରେ ଲାଗିଛି । ବିଭିନ୍ନ ଦଳରେ ଟିକେଟ୍‌ ବଣ୍ଟାକୁ ନେଇ ଦେଖାଦେଇଛି ଅସନ୍ତୋଷ । କେତେକ ନେତା ଟିକେଟ୍‌ ନପାଇ ଦଳ ଛାଡୁଥିବା ବେଳେ ଆଉ କେତେକ ସ୍ବାଧୀନ ଭାବରେ ଛିଡା ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ତେବେ ଏହି ଟିକେଟ୍‌ ବଣ୍ଟାକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଧସେଇ ପଶିଛନ୍ତି ଅସନ୍ତୁଷ୍ଟ କର୍ମୀ । ଜୟଦେବ ନିର୍ବାଚନ ମଣ୍ଡଳୀରେ ନରେନ୍ଦ୍ର ନାୟକଙ୍କୁ ଟିକେଟ୍ ଦିଆଯିବାକୁ କର୍ମୀ ବିରୋଧ କରିଛନ୍ତି । ବସନ୍ତ ନାୟକଙ୍କୁ ଟିକେଟ୍ ଦେବାକୁ ଏମାନେ ଦାବି କରିଛନ୍ତି । ଯାହା ବିରୋଧରେ ଆଜି ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବସନ୍ତଙ୍କ ସମର୍ଥକ ଓ ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ବିକ୍ଷୋଭ କରିଛନ୍ତି ।

ଯଦି ପ୍ରାର୍ଥୀ ପରିବର୍ତ୍ତନ କରାନଯାଏ ତେବେ ପରିଣାମ ଭୋଗିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ଟିକେଟ୍ ପାଇଥିବା ନରେନ୍ଦ୍ର ନାୟକ ଦଳ ବାହାରୁ ଆସି ଟିକେଟ୍ ନେଇଯାଇଥିବା କର୍ମୀ ଅଭିଯୋଗ କରିଛନ୍ତି । ଦଳ ପାଇଁ ୩୦ ବର୍ଷ କାମ କରିଥିବା କର୍ମୀଙ୍କୁ ଅବହେଳା କରାଯାଇଛି ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏହାସହ କାର୍ଯ୍ୟାଳୟ ଭିତରେ ଧସେଇ ପଶିବାକୁ ଏମାନେ ଉଦ୍ୟମ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 26, 2019, 4:01 PM IST

ABOUT THE AUTHOR

...view details