ଓଡିଶା

odisha

ETV Bharat / state

'ସଂକଳ୍ପ ପତ୍ର'ରୁ ହଟିଲା ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗ, ଥାନାରେ ବିଜେଡିର ଏତଲା

ବିଜେପି ପକ୍ଷରୁ ଜାରି କରାଯାଇଥିବା 'ସଂକଳ୍ପ ପତ୍ର'  ୨୦୧୯ ଇସ୍ତାହାରରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ନାହିଁ, ଏହା ରାଜ୍ୟବାସୀଙ୍କ ସହ ବିଶ୍ବାସଘାତକତା କରାଯାଇଥିବା କହି ଥାନାର ଦ୍ୱାରସ୍ଥ ହୋଇଛି ବିଜେଡି ।

By

Published : Apr 8, 2019, 5:46 PM IST

Updated : Apr 8, 2019, 6:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଜେପିକୁ ଚାରିଆଡୁ ଚକ୍ରବ୍ୟୁହରେ ପକାଇବା ପାଇଁ ସମସ୍ତ ଶକ୍ତିସାମର୍ଥ୍ୟ ଖଟାଉଛି ବିଜେଡି । ରବିବାର ୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜାରି କରାଯାଇଥିବା 'ସଂକଳ୍ପ ପତ୍ର' କୁ ତର୍ଜମା କରି ବିଜେପିକୁ ସଙ୍କଟରେ ପକାଇଛି ବିଜୁ ଜନତା ଦଳ । ଭାରତୀୟ ଜନତା ପାର୍ଟି ଓଡ଼ିଶାର ୪.୫ କୋଟି ଲୋକଙ୍କୁ ପ୍ରତାରଣା କରିଛି। ଓଡିଶାବାସୀଙ୍କୁ ଠକିବା ଅଭିଯୋଗରେ ଖାରବେଳ ଥାନାରେ ଲିଖିତ ଅଭିଯୋଗ କରିଛି ବିଜେଡି । ୨୦୧୯ ଇସ୍ତାହାରରେ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ନାହିଁ, ଏହା ରାଜ୍ୟବାସୀଙ୍କ ସହ ବିଶ୍ବାସଘାତକତା କରାଯାଇଥିବା କହି ଥାନାର ଦ୍ୱାରସ୍ଥ ହୋଇଛି ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡ଼ିର ୩ ଜଣିଆ ପ୍ରତିନିଧି ଦଳ ଏହି ମାମଲାକୁ ନେଇ ଖାରବେଳ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏନେଇ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୨୦୧୪ରେ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯାଇଛି। 2014 ନିର୍ବାଚନୀ ଇସ୍ତାହାରରେ ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଲ୍ଲେଖ କରିଥିଲା । କେନ୍ଦ୍ରରେ ବିଜେପି ସରକାର ଆସିଲା ସତ ହେଲେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା କଥା ଏକଦମ ପାସୋରି ଗଲା କେନ୍ଦ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୋଟିଏ ପଟେ ବିଜେପି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା ଏବଂ ଚଳିତ ନିର୍ବାଚନୀ ଇସ୍ତାହାରରେ ଉକ୍ତ ବିଷୟକୁ ଅଣଦେଖା କରିବା ଏକ ସଙ୍ଗୀନ ବିଷୟ । ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ସହ ବିଶ୍ବାସଘାତ କରିଥିବାରୁ ବିଜେପି ବିରୋଧରେ ମାମଲା ରୁଜୁ କରିବା ପାଇଁ ବିଜେଡି ପକ୍ଷରୁ ଖାରବେଳନଗର ଥାନାରେ ଦାବି କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 8, 2019, 6:05 PM IST

For All Latest Updates

ABOUT THE AUTHOR

...view details