ଓଡିଶା

odisha

ETV Bharat / state

ସମନ ପଲିଟିକ୍ସ: ଅରୁଣ, ଅତନୁଙ୍କୁ ଅନୁକରଣ କଲେ ଗୋଲକ, ଭୃଗୁ - CBI

ରାଜନୀତିରେ ନେତାମାନେ ଯେଉଁ ଦଳରେ ଥାଆନ୍ତି ସେହି ଦଳର ନେତାଙ୍କୁ ଅନୁକରଣ କରନ୍ତି । ହେଲେ ଓଡ଼ିଶା ରାଜନୀତିରେ ଟିକିଏ ଅଲଗା ଦେଖିବାକୁ ମିଳିଛି ! ବିଜେଡି ନେତାଙ୍କ ନୀତିକୁ ବିଜେପି ନେତା ଅନୁକରଣ କରିଥିବା ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ

By

Published : Feb 10, 2019, 12:05 PM IST

Updated : Feb 10, 2019, 12:19 PM IST

ଭୁବନେଶ୍ବର: ଶାସକ ଦଳ ଆଇନକୁ ଅମାନ୍ୟ କରିବାର ଉଦାହରଣ ଅନେକ ଅଛି । ପୂର୍ବରୁ ଅନେକ ରହିଛି ଏବେ ମଧ୍ୟ ଦେଖିବାକୁ ମିଳିଛି । ସିବିଆଇ ଓ ରାଜ୍ୟ ସରକାରଙ୍କୁ ନେଇ କନ୍ଦଳ ଜାରି ରହିଛି । ପଶ୍ଚିମବଙ୍ଗ ପରେ ଏବେ ଓଡ଼ିଶାରେ ଏହାର ଛାୟା ଦେଖିବାକୁ ମିଳିଛି । ଯଦିଓ ମମତାଙ୍କ ଗର୍ଜିନ ଭଳି ନବୀନ ସରକାର ସିବିଆଇ ଓ କେନ୍ଦ୍ର ବିରୋଧରେ ଗର୍ଜି ନାହାନ୍ତି । କିନ୍ତୁ ଛାୟା ଯୁଦ୍ଧ ଜାରି ରହିଛି ।

ଡିଜାଇନ ଫଟୋ

ନିକଟରେ ଚିଟଫଣ୍ଡ ପ୍ରସଙ୍ଗରେ ସିବିଆଇ ବିଜେଡିର ଦୁଇ ହେବିଓ୍ବେଟ ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସମନ କରିଥିଲା । ହେଲେ ଉଭୟ ବିଜେଡି ନେତା ସିବିଆଇର ତାରିଖ ଅନୁସାରେ ହାଜର ହୋଇନଥିଲେ ।

ଆଉ ସମାନ ନୀତି ଆପଣେଇଛି ରାଜ୍ୟ ସରକାର । ସିବିଆଇ ଯେଉଁଦିନ ବିଜେଡି ନେତାଙ୍କୁ ନୋଟିସ କରିଥିଲା ସେହିଦିନ 2017 ମସିହା ଛତ୍ରପୁର ବିଜେଡି କାଉନସିଲର ହତ୍ୟା ଘଟଣାରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିଲା ଓଡ଼ିଶା ପୋଲିସ । ହେଲେ ଉଭୟ 7 ଓ 9 ତାରିଖରେ ହାଜର ହୋଇ ନାହାନ୍ତି । ବରଂ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ଓକିଲଙ୍କୁ ପଠାଇଥିଲେ । କିନ୍ତୁ ଏହାରି ଭିତରେ ଉଭୟ ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ର ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇ ସାରିଛନ୍ତି ।

ସେହିପରି ଅତନୁ ସିବିଆଇ ପ୍ରସଙ୍ଗରେ ମୁହଁ ଖୋଲିନଥିବା ବେଳେ ସିବିଆଇ ଡାକିଥିବାରୁ ଅରୁଣ ଉତ୍ସାହିତ ଥିବା କହିଥିଲେ ।

ତେଣୁ ଉଭୟ ସିବିଆଇ ଓ ରାଜ୍ୟ ପୋଲିସର ନୋଟିସର ଜବାବ କିଭଳି ଦୁଇ ଦଳର ନେତା ଦେଉଛନ୍ତି ତାହା ସ୍ପଷ୍ଟ ଅନୁମେୟ । ତେଣୁ ଏହି ଛକାପଞ୍ଝା ରାଜନୀତି ଆଗକୁ ବଢିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Last Updated : Feb 10, 2019, 12:19 PM IST

ABOUT THE AUTHOR

...view details