ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ରାଜଭବନ ଘେରିଲେ ଓକିଲ ସଂଘ - demands

ରାଜଭବନ ଘେରିଲା ଓକିଲ ସଂଘ । କେନ୍ଦ୍ର ବଜେଟରେ ଓକିଲଙ୍କ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ନେଇ ରାଜ୍ୟପାଳଙ୍କୁ ଦାବି ପତ୍ର ହେଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Feb 12, 2019, 3:56 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବର: ଭାରତୀୟ ବାର୍ କାଉସିଲର ଆହ୍ବାନ କ୍ରମେ ବଜେଟରେ ଓକିଲଙ୍କ ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ଦାବି ଉଠିଛି । ଏହି ପ୍ରସଙ୍ଗରେ ରାଜ୍ୟର ସମସ୍ତ ଓକିଲ ସଂଘ ଆଜି ରାଜଭବନ ଘେରାଉ କରିଛନ୍ତି ।

ଓକିଲ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଏପରି ପନ୍ଥା ଆପଣେଇଛି ସଂଘ । ଆଜି ରାଜ୍ୟର ସମସ୍ତ ଓକିଲ ସଂଘ ରାଜଭବନ ସମ୍ମୁଖରେ ଏକତ୍ରିତ ହୋଇ ନାରାବାଜି କରିବା ସହ ରାଜ୍ୟପାଳଙ୍କୁ ସେମାନଙ୍କ ଦାବି ବାବଦରେ ଅବଗତ କରାଇଛନ୍ତି ।

ଦାବି ଗୁଡ଼ିକ ମଧ୍ୟରେ ଓକିଲ ଏବଂ ତାଙ୍କ ପରିବାର ବର୍ଗଙ୍କ ପାଇଁ ବୀମା ବ୍ୟବସ୍ଥା, ନୂତନ ଭାବେ ଯୋଗ ଦେଉଥିବା ଓକିଲଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା, ଅକାଳ ମୃତ୍ୟ ଘଟିଲେ ଓକିଲଙ୍କ ପରିବାର ବା ଅକର୍ମଣ୍ୟ ଓକିଲଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ ଏବଂ ହାଉସିଂ ସ୍କିମ ଜରିଆରେ ଓକିଲଙ୍କକୁ ଜମି ଓ ଋଣ ପ୍ରଦାନ ଆଦି ପ୍ରସଙ୍ଗ ରହିଛି ।

ତେଣୁ ଏଥିପାଇଁ କେନ୍ଦ୍ର ସରକାର ବଜେଟରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିବା ପାଇଁ ଦାବି କରିଛନ୍ତି ସମସ୍ତ ଓକିଲ ସଂଘ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମଧ୍ୟ ରାଜ୍ୟପାଳଙ୍କୁ ଦେଇଛନ୍ତି ୨୦ ଜଣିଆ ପ୍ରତିନିଧି ଦଳ ।

ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details