ଓଡିଶା

odisha

ETV Bharat / state

ନିର୍ବାଚନକୁ ନେଇ ଜ୍ୟୋତିଷଙ୍କ ଗଣନା: ଜାଣନ୍ତୁ କିଏ ଗଢିବ ସରକାର?

ନିର୍ବାଚନକୁ ନେଇ ଏବେ ରାଜନୈତିକ ପାଣିପାଗ ଦିନକୁ ଦିନ ଉଷ୍ଣ ହେବାରେ ଲାଗିଛି।ପ୍ରତ୍ୟେକ ଦିନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ କିଏ ଆଗାମୀ ଦିନରେ କ୍ଷମତା ଅଳଙ୍କୃତ କରିବ? କିଏ କେତେ ଆସନରେ ବିଜୟୀ ହେବ ତାକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳୁଛି।

By

Published : Apr 3, 2019, 5:41 AM IST

Updated : Apr 3, 2019, 8:00 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ୱର: ନିର୍ବାଚନକୁ ନେଇ ଏବେ ରାଜନୈତିକ ପାଣିପାଗ ଦିନକୁ ଦିନ ଉଷ୍ଣ ହେବାରେ ଲାଗିଛି।ପ୍ରତ୍ୟେକ ଦିନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ କିଏ ଆଗାମୀ ଦିନରେ କ୍ଷମତା ଅଳଙ୍କୃତ କରିବ? କିଏ କେତେ ଆସନରେ ବିଜୟୀ ହେବ ତାକୁ ନେଇ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ବିଭିନ୍ନ ଜନମତ ଓ ଏକଜିଟ ପୋଲ ଭିନ୍ନ ଭିନ୍ନ ଆକଳନ କରୁଥିବା ଚର୍ଚ୍ଚା ଲୋକଙ୍କୁ ଖୋରାକ ଯୋଗାଇଛି।

ବିଗତ ଦିନରେ ଜ୍ୟୋତିର୍ବିଦ ମାନେ ରାଜନୈତିକ ପାଣିପାଗ ନେଇ ଅନେକ ଆକଳନ ମଧ୍ୟ କରିଛନ୍ତି । ଯାହାକୁ ନେଇ ଲୋକଙ୍କ ନିକଟରେ ଅନେକ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଏଥର ମଧ୍ୟ ଜ୍ୟୋତିର୍ବିଦଙ୍କ ନିକଟରୁ ଏ ସମ୍ବନ୍ଧରେ ଜାଣିବା ପାଇଁ ଲୋକଙ୍କ ଉତ୍କଣ୍ଠା ବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଇଛି। ତେଣୁ ଏ ବିଷୟରେ ସେମାନଙ୍କ ସହିତ ଆଲୋଚନା କରିବାରୁ ଦେଶ କିମ୍ବା ରାଜ୍ୟରେ ସରକାର ବଦଳିବାର ସମ୍ଭାବନା କମ ଥିବା କହିଛନ୍ତି ଜ୍ୟୋତିର୍ବିଦ୍।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ରାଜଧାନୀର ଜଣାଶୁଣା ଜ୍ୟୋତିର୍ବିଦ କ୍ୟାପଟେନ ମାନସ ରଞ୍ଜନ ସ୍ବାଇଁଙ୍କ ବିଚାର ଅନୁସାରେ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ନବୀନ ପଟ୍ଟନାୟକ ଦୁଇଟିରେ ବିଜୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ତାଙ୍କ ଦଳ ଓଡ଼ିଶାରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇ ପୁଣି ରାଜ୍ୟ ଶାସନ ଭାର ଗ୍ରହଣ କରିବାର ଅଧିକ ସମ୍ଭାବନା ଅଛି । ତେବେ ମୁଖ୍ୟ ବିରୋଧୀ ଦଳଭାବେ ଉଭା ହୋଇଥିବା ବିଜେପି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ।

ସେହିପରି ଭୁବନେଶ୍ୱରର ଅନ୍ୟତମ ଜ୍ୟୋତିର୍ବିଦ ପବିତ୍ର ମୋହନ ମହାପାତ୍ରଙ୍କ ଗଣନା ଅନୁସାରେ ଦେଶରେ ପୁଣି ମୋଦି ଲହର ଜାରି ହେବ। ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ଶାସନ ଡୋରି ଧରିବେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଯାହାକି 2024 ନିର୍ବାଚନ ପର୍ଯ୍ୟନ୍ତ କ୍ଷମତାସୀନ ରହିବାର ଯଥେଷ୍ଟ ସମ୍ଭାବନା ଥିବା ସେ କହିଛନ୍ତି।

ଦେଶରେ ମେଣ୍ଟ ଦଳଗୁଡିକ ନିରାଶ ହେବା ସହିତ ମୁଖ୍ୟ ଦଳଭାବେ ବିଜେପିର ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ତେବେ ମୋଦିଙ୍କ ରାଶି ଆନୁସାରେ ସରକାର କରିବା ପାଇଁ ତାଙ୍କୁ ମେଣ୍ଟ ଦଳର କୌଣସି ଆବଶ୍ୟକତା ରହିବ ନାହିଁ ବୋଲି ସେମାନଙ୍କ ଗଣନା କହୁଥିବା ପ୍ରକାଶ ହୋଇଛି।

ତେବେ ଆଗାମୀ ଦିନରେ ଦେଖିବାକୁ ଅପେକ୍ଷା ଯେ, କିଏ ଦେଶ ଓ ରାଜ୍ୟର ଶାସନ ଭାର ସମ୍ଭାଳୁଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Apr 3, 2019, 8:00 AM IST

ABOUT THE AUTHOR

...view details