ଭୁବନେଶ୍ୱର: ସୁରୁଖୁରୁରେ ଚାଲିପାରୁନି ବିଧାନସଭା। ନିଯୁକ୍ତି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିବା ବେଳେ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ାହୋଇ ନାରବାଜି କରିଥିଲେ। ତେବେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି।
ବିରୋଧୀଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର କୃଷି ଓ କୃଷକ ସମସ୍ୟା ସହ ବେକାରୀ ସମସ୍ୟାକୁ ନେଇ ଉଦାସୀନ। ଗୃହ ଗତ 5 ଦିନ ଧରି ସମାନ ପ୍ରସଙ୍ଗରେ ଅଚଳ ହେଉଥିଲେ ବି ବିରୋଧୀ ଦଳ ସହ ଆଲୋଚନା କରି ସମାଧାନ କରିବାକୁ ଉଦ୍ୟମ କରୁନାହାଁନ୍ତି ସରକାର। କେନ୍ଦ୍ର ସରକାର ବି ବର୍ଷକୁ 2 କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ ପାଳୁନାହାଁନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ନିଜନିଜ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇ ପରସ୍ପରକୁ ଦାୟୀ କରୁଛନ୍ତି ବୋଲି ବିରୋଧୀଦଳ ନେତା କହିଛନ୍ତି।
ଚାଲିପାରୁନି ବିଧାନସଭା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି - bhubaneswar
ସୁରୁଖୁରୁରେ ଚାଲିପାରୁନି ବିଧାନସଭା। ନିଯୁକ୍ତି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିବା ବେଳେ ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ାହୋଇ ନାରବାଜି କରିଥିଲେ।
ଫଟୋ ସୌଜନ୍ୟ- ବ୍ୟୁରୋଚିଫ୍, ଭୁବନେଶ୍ୱର
ସେହିଭଳି ବିଜେପି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଯୁବକଙ୍କୁ ତାଲିମ ଦେଉନାହାଁନ୍ତି। 2009ରୁ 2018 ଅକ୍ଟୋବର 31 ତାରିଖ ସୁଦ୍ଧା ବିଭିନ୍ନ ନାମ ପଞ୍ଜିକରଣ କେନ୍ଦ୍ରରେ 22 ଲକ୍ଷ 57 ହଜାର 180 ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିଥିବା ବେଳେ ମାତ୍ର 26 ହଜାର 450 ଜଣ ନିଯୁକ୍ତି ପାଇଛନ୍ତି। ଖୋଦ ଦକ୍ଷତା ବିକାଶ ଓ ବୈଷୟିକ ତାଲିମ ମନ୍ତ୍ରୀ ଉଷା ଦେବୀ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।
ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ