ଭୁବନେଶ୍ବର: ବରିଷ୍ଠ ରାଜନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସବୁଠି ଶୋକର ଛାୟା । ବର୍ଷିୟାନ ନେତାଙ୍କୁ ହରାଇ ସମସ୍ତେ ମ୍ରିୟମାଣ । ଅଭିନେତା ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ବେଦପ୍ରକାଶଙ୍କ ସହ ବିତାଇଥିବା ଏତ ମୂହୁର୍ତ୍ତର ଚିତ୍ରକୁ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଅନୁଭବ ।
ଫଟୋ ସେୟାର କରି ସ୍ମୃତି ମନେ ପକାଇଲେ...
ବେଦପ୍ରକାଶଙ୍କ ସହ ବିତାଇଥିବା ଖୁସିର ମୁହୁର୍ତ୍ତକୁ ମନେ ପକାଇଲେ ଅନୁଭବ । ସେ ସବୁବେଳେ ମୋ ହୃହୟରେ ରହିବେ ବୋଲି କହିଛନ୍ତି କେନ୍ଦ୍ରାପଡ ଲୋକସଭାର ବିଜେଡି ପ୍ରାର୍ଥୀ ।
ଫଟୋ ସୌଜନ୍ୟ: @AnubhavMohanty_
ଅନୁଭବ ଲେଖିଛନ୍ତି, ‘‘ବେଦପ୍ରକାଶ ଥିଲେ ବିଜେଡିର ବର୍ଷିୟାନ ସଦସ୍ୟ । ତାଙ୍କ ଆଶିର୍ବାଦ ନେଇ ମୁଁ କେନ୍ଦ୍ରାପଡାରେ ପ୍ରଚାର ଆରମ୍ଭ କରିଥିଲି । କେନ୍ଦ୍ରାପଡାବାସୀଙ୍କ ଭଲପାଇବା ଏବଂ ମୋ ହୃଦୟରେ ସେ ସବୁବେଳେ ସ୍ମରଣୀୟ ରହିବେ ।’’