ଓଡିଶା

odisha

ETV Bharat / state

ରାଜ୍ୟସଭା ଯାଇ କରିବେ କ’ଣ ? ପ୍ରତିକ୍ରିୟା ରଖିଲେ ନବ ନିର୍ବାଚିତ ସାଂସଦ

ରାଜ୍ୟସଭାକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଅମର, ସସ୍ମିତ ଏବଂ ଅଶ୍ବିନୀ । ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ସମସ୍ତ 3 ପ୍ରାର୍ଥୀଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି ।

By

Published : Jun 28, 2019, 5:23 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ବାଚିତ ହେଲେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ଅଶ୍ବିନୀ ବୈଷ୍ଣବ । ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ତିନିଜଣ ଯାକ ପ୍ରାର୍ଥୀଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି । ଏହାସହ ମାନପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । ହେଲେ କେହି ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ । ଫଳରେ ତିନିଜଣ ଯାକ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ।

ପୂର୍ବତନ ସାଂସଦ ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ ପାତ୍ର ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ବିଜେଡି ଆଇଟି ସେଲ ମୁଖ୍ୟ ଅମର ପଟନାୟକ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଥିବା ଦାବିକୁ ସଂସଦରେ ଉପସ୍ଥାପନ କରାଯିବ । ବିଶେଷ କରି ସ୍ୱତନ୍ତ୍ର ଫୋକସ ରାଜ୍ୟ, ବିପର୍ଯ୍ୟକୁ ସ୍ୱତନ୍ତ୍ର ରାଜ୍ୟର ମାନଦଣ୍ଡରେ ସାମିଲ ଆଦି ଦାବି ଉଠାଯିବ । ପୂର୍ବରୁ ବିଜେଡିର ଯାହା ଆଭିମୁଖ୍ୟ ଥିଲା ସେ ଆଭିମୁଖ୍ୟ ନେଇ ନବନିର୍ବାଚିତ ସାଂସଦମାନେ କହିଛନ୍ତି ।

ସେହିଭଳି ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଓଡ଼ିଶାରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛନ୍ତି । ତେଣୁ ଦଳ ସହ ଆଲୋଚନା କରି ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ସଂସଦରେ ଉଠାଇବେ । ସେହିଭଳି ତାଙ୍କ ବିରୋଧରେ କଂଗ୍ରେସ କରୁଥିବା ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି । ସେ କୌଣସି ଖଣିର ମାଲିକ ନୁହଁନ୍ତି । କଂଗ୍ରେସ ଯେଉଁ ଅଭିଯୋଗ କରୁଛି ତାହା ସେମାନଙ୍କ ରାଜନୈତିକ ସ୍ୱାର୍ଥ ପାଇଁ । ମୋ ଜୀବନ ଏକ ଖୋଲା ପୁସ୍ତକ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details