ଭୁବନେଶ୍ବର: ‘ରଥ’ ନାଁଟି ଶୁଣିଲେ ମନରେ ଆସେ କାଳିଆ ଠାକୁର । କିନ୍ତୁ ଏଠାରେ ଆମେ ଯେଉଁ ରଥ କଥା କହୁଛୁ ସେଥିରେ ପ୍ରଭୁ ଜଗନ୍ନାଥ ବସିନାହାନ୍ତି କି ନାହାନ୍ତି ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଏହି ରଥରେ ବୁଲୁଛି ମାଗଣା ଚାରା ଗଛ । ଯାହାର ନାଁ ରଖା ଯାଇଛି ‘ପ୍ରକୃତି ରଥ’ ।
ଏହି ରଥଟି ଘୋଷଯାତ୍ରା ଦିନ ଭୁବନେଶ୍ବରରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥିଲା । ତେବେ ଏହି ରଥର ସବୁଠାରୁ ନିଆରା କଥା ହେଉଛି କି ଏହା ନିଜ ଯିବା ରାସ୍ତାରେ ଥିବା ଗାଁରେ ଚାରା ବାଣ୍ଟି ଥିଲା । ବାତ୍ୟା ଫନି ଦୁଇ ମାସ ତଳେ ନିଜ ତାଣ୍ଡବରେ ରାଜଧାନୀ ଓ ପୁରୀରେ ଅନେକ କ୍ଷୟକ୍ଷତି ଘଟାଇବା ସହ ଅନେକ ଗଛକୁ ନଷ୍ଟ କରି ଦେଇଥିଲା ।