ଭୁବନେଶ୍ବର: ‘ଫନି’ରେ ଫସି ରହିଥିବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ଏୟାର ଇଣ୍ଡିଆର ପଦକ୍ଷେପ । ଆଜି ଦିନକ ପାଇଁ ଚାଲିବ ଦୁଇ ଅତିରିକ୍ତ ବିମାନ । ଭୁବନେଶ୍ବରରୁ ଦିଲ୍ଲୀ ଗୋଟିଏ ବିମାନ ଯାଉଥିବାବେଳେ ଅନ୍ୟ ବିମାନଟି ଦିଲ୍ଲୀରୁ ଭୁବନେଶ୍ବର ଆସିବ ।
‘ଫନି’ରେ ଫସି ରହିଥିବା ଯାତ୍ରୀଙ୍କ ପାଇଁ 2 ଅତିରିକ୍ତ ବିମାନ - cyclonic storm
‘ଫନି’ରେ ଫସି ରହିଥିବା ଯାତ୍ରୀଙ୍କ ପାଇଁ ଅତିରିକ୍ତ ବିମାନ । ଆଜି ଦିନକ ପାଇଁ ଦୁଇ ଅତିରିକ୍ତ ବିମାନର ବ୍ୟବସ୍ଥା କରିଛି ଏୟାର ଇଣ୍ଡିଆ ।
ଫଟୋ ସୌଜନ୍ୟ: ଏଏନଆଇ
ଭୁବନେଶ୍ବରରୁ ଦିଲ୍ଲୀ ଯିବାକୁ ଥିବା ବିମାନଟି ଅପରାହ୍ନ 3ଟାରେ ଭୁବନେଶ୍ବରରୁ ଛାଡିବ । ସେହିପରି ଦିଲ୍ଲୀରୁ ଭୁବନେଶ୍ବର ଆସିବାକୁ ଥିବା ବିମାନଟି ସନ୍ଧ୍ୟା 5ଟା 45ରେ ଦିଲ୍ଲୀରୁ ବାହାରିବ । ଏୟାର ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଆଜି ସକାଳୁ ମଧ୍ୟ ଏୟାର ଇଣ୍ଡିଆ ପକ୍ଷରୁ ଅନ୍ୟ ଏକ ଘୋଷଣା କରାଯାଇଥିଲା । ଯଦି କୌଣସି ସାମାଜିକ ସଙ୍ଗଠନ ଫନି ପ୍ରଭାବିତଙ୍କୁ ରିଲିଫ ଦେବାକୁ ଚାହିଁବେ, ଏୟାର ଇଣ୍ଡିଆର ସାହାଯ୍ୟ ନେଇପାରିବେ । ବିନା ମୂଲ୍ୟରେ ରିଲିଫ ସାମଗ୍ରୀକୁ ଲୋକଙ୍କ ପାଖରେ ପହଞ୍ଚାଇ ଦେବାକୁ ସମ୍ପୃକ୍ତ ସଂସ୍ଥା ନିଷ୍ପତ୍ତି ନେଇଛି ।