ଭୁବନେଶ୍ବର: ଫନି ଧ୍ବଂସ ଲୀଳା ପରେ ଅକାମୀ ମୋବାଇଳ ନେଟୱାର୍କ । ଯେମିତି ବିଜୁଳି, ପାଣି ପାଇଁ କଲବଲ ହୋଉଛନ୍ତି ଲୋକେ ସେମତି ନେଟୱାର୍କ ସମସ୍ୟା ବି ଲୋକଙ୍କୁ ହଇରାଣ କରୁଛି । ବାତ୍ୟା ଫନି ପ୍ରଭାବରେ ରାଜଧାନୀରେ ମୋବାଇଲ ନେଟୱାର୍କ ସେବା ବିଶେଷ ଭାବେ ପ୍ରଭାବିତ ହୋଇଛି । ଆଉ ସେଥିପାଇଁ ବିଶେଷକରି ନିଜ ପରିବାର, ବନ୍ଧୁପରିଜନବର୍ଗଙ୍କ ସହ ସମ୍ପର୍କ କରିବାରେ ବ୍ୟାହତ ସୃଷ୍ଟି ହୋଇଛି ।
ଫନି ପ୍ରଳୟ ପରେ ବିଭିନ୍ନ ଜିଲ୍ଲା କ୍ଷତିଗ୍ରସ୍ତ ହେବା ସହ ରାଜଧାନୀ ବିବର୍ଣ୍ଣ ହୋଇ ଯାଇଛି । ବିଦ୍ୟୁତ ଯୋଗାଣ, ପାନୀୟ ଜଳ ,ଇଣ୍ଟରନେଟ ସେବା ,ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ନେଟୱାର୍କ ଆସୁନି । ଯେବେ ଆସୁଛି କଲ୍ କରିବା ସମୟରେ କଟି ଯାଉଛି । କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟଆଡ଼େ ମୋବାଇଲରେ ନେଟୱାର୍କ ଅକାମୀ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ମୋବାଇଲ ଟାଓ୍ଵାର ଭାଙ୍ଗି ଯାଇଥିବାରୁ ଫୋନ ଯୋଗେ ଯୋଗାଯୋଗ ବିଛିନ୍ନ ହୋଇଛି । ୪ଦିନ ଧରି ଏଭଳି ସ୍ଥିତି ଜାରି ରହିଥିବା ବେଳେ ଏ ସମ୍ପର୍କରେ ପ୍ରଶାସନ ମୁହଁ ଖୋଲୁନାହିଁ ।