ଭୁବନେଶ୍ବର: ଫନି ପରେ ବଢିଛି ଜେନେରେଟର ଚାହିଦା । ପାଣି ଉଠାଇବାକୁ ଘଣ୍ଟାକୁ 2ରୁ 4 ହଜାର ଟଙ୍କା ଗଣୁଛନ୍ତି
ରାଜଧାନୀବାସୀ । ଭୁବନେଶ୍ବର ନ ମିଳିଲେ ଆଖପାଖ ଅଞ୍ଚଳରୁ ଭଡାରେ ଆଣି ଜେନେରେଟର ଲଗାଯାଉଛନ୍ତି । ଆଉ ଯାହାର ଜେନେରେଟର ଖରାପ ତାକୁ ଠିକ କରିବାକୁ ମେକାନିକ ପାଖରେ ଲମ୍ବା ଧାଡି ।
ଫନି ଗଲା ପରେ ଜେନରେଟର ସାହା, ଘଣ୍ଟାକୁ ଚାର୍ଜ 2ରୁ 4 ହଜାର ଟଙ୍କା - fani
ଫନି ପରେ ବଢିଛି ଜେନେରେଟର ଚାହିଦା । ପାଣି ଉଠାଇବାକୁ ଘଣ୍ଟାକୁ 2ରୁ 4 ହଜାର ଟଙ୍କା ଗଣୁଛନ୍ତି ରାଜଧାନୀବାସୀ ।
ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର
ମୁଣ୍ଡରେ ଚିନ୍ତା, ହାତରେ ଜେନେରେଟର ଧରି ମେକାନିକ ଦୋକାନ ଆଗରେ ଶହ ଶହ ଲୋକ । ଜେନେରେଟର ସଜାଡିଲେ ପାଣି ଉଠାଇବୁ । ଏହି ଅପେକ୍ଷାରେ ହାତ ଯୋଡି ବସିଛନ୍ତି ରାଜଧାନୀବାସୀ । 3 ଦିନ ହେଲାଣି ଘରେ ନା ପାଣି ଅଛି ନା ବିଦ୍ୟୁତ । ଗାଧୋଇବା ଦୂରର କଥା ପିଇବାକୁ ପାଣି ନାହିଁ । ବାଧ୍ୟ ହୋଇ ଜେନେରେଟରକୁ ଶେଷ ସାହାରା କରିଛନ୍ତି ଲୋକେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ସାହୁ , ଇଟିଭି ଭାରତ