ଭୁବନେଶ୍ବର : ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ଭୁଲିଯାଉଛୁ ମାତାପିତାଙ୍କ ପ୍ରତିଥିବା ନିଜର ଦାୟିତ୍ବ । ସେମାନଙ୍କ ବୃଦ୍ଧାବସ୍ଥାରେ ପର କରି ପଠାଇ ଦେଉଛୁ ଜରାଶ୍ରମ । ବିଭିନ୍ନ ଅନୁଷ୍ଠାନ ଓ ଏନଜିଓ ଦ୍ବାରା ଏହି ଜରାଶ୍ରମ ପରିଚାଳିତ ହୁଏ । କିନ୍ତୁ ଆମେ ଏପରି ଏକ ଜରାଶ୍ରମ କଥା କହିବୁ ଯାହା କୌଣସି ଅନୁଷ୍ଠାନ କିମ୍ବା ଏନଜିଓ ଦ୍ବାରା ନୁହେଁ, ବରଂ ସ୍ମାର୍ଟ ସିଟିର କିଛି ଯୁବକଙ୍କ ଦ୍ବାରା ଆରମ୍ଭ ହୋଇଛି । ଯାହାର ନାଁ ପିପୁଲ ଫର ସେବା । ବୌଦ୍ଧର ଆଦିତ୍ୟ ଦାସ ନାମକ ଜଣେ ଯୁବକ ଆରମ୍ଭ କରିଥିଲେ ଏହି ଜରାଶ୍ରମ ।
ସମାଜ ସେବା କରିବାର ଇଚ୍ଛା ଆଦିତ୍ୟଙ୍କୁ ଆଜି ନିଜ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇଛି । 2016ରେ ନିଜ ଇଛାରେ ସେ ତିଆରି କରିଥିଲେ ଏହି ଜରାଶ୍ରମ । ଆଉ ବର୍ତ୍ତମାନ ତାଙ୍କ ସହ ଏହି ଆଶ୍ରମରେ ଯୋଡି ହୋଇଛନ୍ତି 20ରୁ ଊର୍ଦ୍ଧ୍ବ କଲେଜ ପଢୁଆ ଯୁବକଯୁବତୀ । ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଏମାନେ ଜରାଶ୍ରମରେ ବିତାଇଥାନ୍ତି । ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଖୁସି କରିବା ପାଇଁ କରିଥାନ୍ତି ମନୋରଞ୍ଜନ ।