ଓଡିଶା

odisha

ETV Bharat / state

ବିଧାୟକଙ୍କ ଉଠବସ ଘଟଣାକୁ ନାପସନ୍ଦ କଲେ ସମ୍ବିତ ରାଉତରାୟ - ତଦନ୍ତ

ବିଧାୟକଙ୍କ ଆକ୍ରୋଶର ଶିକାର ଜୁନିୟର ଇଂଜିନିୟର ହେବା ଘଟଣା ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ସରକାର ନୀରବ ଅଛନ୍ତି । ଏ ଘଟଣା କେଉଁ ବିଭାଗର ତାହା ବୁଝିବା ପରେ ତଦନ୍ତ ହେବା ସହ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା , ଭୁବନେଶ୍ବର

By

Published : Jun 7, 2019, 5:13 PM IST

ଭୁବନେଶ୍ବର: ରାଜ୍ୟରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ ଉଠବସ କରିବା ପ୍ରସଙ୍ଗ ଏବେ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ହେବାରେ ଲାଗିଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା , ଭୁବନେଶ୍ବର

କେଉଁଭଳି ପରିସ୍ଥିତିରେ ଘଟଣା ଘଟିଲା ଓ କାହିଁକି ଜୁନିୟର ଇଂଜିନିୟର ଜଣଙ୍କ ବିଧାୟକଙ୍କ ଆକ୍ରୋଶର ଶିକାର ଏନେଇ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ସରକାର ନୀରବ ଅଛନ୍ତି । ଘଟଣାକୁ 24 ଘଣ୍ଟା ବିତିଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିପାରି ନାହିଁ ।

ଅନ୍ୟପକ୍ଷରେ ଏ ଘଟଣା କେଉଁ ବିଭାଗର ତାହା ବୁଝିବା ପରେ ତଦନ୍ତ ହେବା ସହ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି ।

ସେପଟେ ନବ ନିର୍ବାଚିତ ବିଧାୟକ କିନ୍ତୁ ଏହାକୁ ନାପସନ୍ଦ କରିଥିବା ବେଳେ ବିଧାୟକ ସରୋଜ ମେହେରଙ୍କ ଏଭଳି ଆଚରଣ ଠିକ ନୁହେଁ ବୋଲି କହିଛନ୍ତି ପାରାଦୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟ ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details