ଓଡିଶା

odisha

ETV Bharat / state

ଓଡିଶା ଫେରିବ ଶୃଙ୍ଗରାଣୀ କଳ୍ପନାଙ୍କ ଅବଶେଷ, ଯାତ୍ରା ଆରମ୍ଭ କଲା ଟିମ୍‌

ଆଖି ବୁଜିଛନ୍ତି ଓଡିଶାର ଶୃଙ୍ଗରାଣୀ କଳ୍ପନା ଦାଶ । ହେଲେ ଦୁଃଖର କଥା ଯେ ଏପର୍ଯ୍ୟନ୍ତ ମାଉଣ୍ଟ ଏଭରେଷ୍ଟରେ ପଡି ରହିଛି କଳ୍ପନାଙ୍କ ମର ଶରୀର । ଯାହାକୁ ଉଦ୍ଧାର କରି ଜନ୍ମ ମାଟିକୁ ଫେରାଇ ଆଣିବା ପାଇଁ ଶୁକ୍ରବାର ଏକ ଟିମ୍‌ ଏଭରେଷ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

By

Published : May 25, 2019, 5:42 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଖି ବୁଜିଛନ୍ତି ଓଡିଶାର ଶୃଙ୍ଗରାଣୀ କଳ୍ପନା ଦାଶ । ରାଜ୍ୟର ପ୍ରଥମ ମହିଳା ପର୍ବତାରୋହୀ ଭାବେ ଖ୍ୟାତି ଅର୍ଜନ କରିଥିବା କଳ୍ପନା ମାଉଣ୍ଟ ଏଭରେଷ୍ଟରେ ନିଜର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ହେଲେ ଦୁଃଖର କଥା କି ଏଯାଏଁ ବି ମାଉଣ୍ଟ ଏଭରେଷ୍ଟରେ ପଡି ରହିଛି କଳ୍ପନାଙ୍କ ମର ଶରୀର । ଯାହାକୁ ଉଦ୍ଧାର କରି ଜନ୍ମ ମାଟିକୁ ଫେରାଇ ଆଣିବା ପାଇଁ ଶୁକ୍ରବାର ଏକ ଟିମ୍‌ ଏଭରେଷ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

କାଠମାଣ୍ଡୁ ସ୍ପୋର୍ଟ୍ସ ଆଣ୍ଡ ୟୁଥ ଡିପାର୍ଟମେଣ୍ଟର ସୂଚନା ଅନୁଯାୟୀ ଆସନ୍ତା 27 ତାରିଖ ସୁଦ୍ଧା ଏହି ଟିମ୍‌ କଳ୍ପନାଙ୍କ ମର ଶରୀର ପାଖରେ ପହଞ୍ଚିବ । ତେବେ ଏଭରେଷ୍ଟର କେଉଁ ସ୍ଥାନରେ ତାଙ୍କ ମର ଶରୀର ରହିଛି ତାହା ଠାବ କରାସରିଛି । ତେଣୁ କିଛି କାଗଜପତ୍ର କାମ ସାରି କଳ୍ପନାଙ୍କ ଅବଶେଷକୁ ଓଡିଶା ଅଣାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ପ୍ରକାଶ ଯେ ଏପ୍ରିଲ ମାସରେ ଏକ ଅନ୍ତର୍ଜାତୀୟ ଟିମ୍‌ ସହ କଳ୍ପନା ଏଭରେଷ୍ଟ ଦ୍ବିତୀୟ ଥର ପାଇଁ ଏଭରେଷ୍ଟ ଚଢିବା ଆରମ୍ଭ କରିଥିଲେ । କିନ୍ତୁ ଖରାପ ପାଗ ଓ ଅକ୍ସିଜେନ ଅଭାବରୁ କଳ୍ପନାଙ୍କ ସମେତ ଅନ୍ୟ ଦୁଇ ପର୍ବତାରୋହୀଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details