ଓଡିଶା

odisha

ETV Bharat / state

ଶିଖରଚଣ୍ଡି ପାହାଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ଇନଫୋସିଟି ଥାନା ଅଞ୍ଚଳରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁ କନ୍ୟାଟି ପଡିଥିବାର ଦେଖି ସ୍ଥାନୀୟ ଯୁବକ ପୋଲିସଙ୍କୁ ଖବର ଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Feb 10, 2019, 9:28 PM IST


ଭୁବନେଶ୍ବର: ଇନଫୋସିଟି ଥାନା ଅଞ୍ଚଳରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ସ୍ଥାନୀୟ ଶିଖରଚଣ୍ଡି ପାହାଡରୁ ନବଜନ୍ମିତ ଶିଶୁ କନ୍ୟାକୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁ କନ୍ୟାଟି ପଡିଥିବାର ଦେଖି ସ୍ଥାନୀୟ ଯୁବକ ପୋଲିସଙ୍କୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ରବିବାର ଏକ ପରିତ୍ୟକ୍ତ ଅବସ୍ଥାରେ ଶିଶୁ କନ୍ୟାଟି ପଡିଥିବା ନେଇ ସ୍ଥାନୀୟ ଯୁବକ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେବାପରେ ଆମ୍ବୁଲାନ୍ସ ଯୋଗେ ତାକୁ ନିକଟସ୍ଥ କିମସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶିଶୁ କନ୍ୟାଟିର ମୁହଁରେ କ୍ଷତାକ୍ତ ହୋଇଥିବାବେଳେ କୌଣସି ଜଙ୍ଗଲୀ ଜନ୍ତୁର ଆକ୍ରମଣର ଶିକାର ହୋଇଥିବାର ସନ୍ଦେହ କରାଯାଉଛି ।

ସେପଟେ, ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଏସସିବି ମେଡିକାଲର ଶିଶୁ ବିଭାଗରେ ଚିକିତ୍ସିତ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଅନୈତିକ ସମ୍ପର୍କ ବା ଶିଶୁ କନ୍ୟା ଯୋଗୁଁ ଏପରି ଅବସ୍ଥାରେ କେହି ଛାଡି ଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details