ଓଡିଶା

odisha

ETV Bharat / state

ବାତ୍ୟା ପରର ବସ୍ତି ଜୀବନ - Fani

କାହାଣୀ ସ୍ମାର୍ଟ ସିଟିର । ‘ଫନି’ 17 ଦିନ ପରର । ଦିନ ଗଡୁଛି, ହେଲେ ସ୍ଥିତି ସୁଧୁରୁନି । ସରକାରୀ ସହାୟତା ଅପେକ୍ଷାରେ ବାତ୍ୟା ବିପନ୍ନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 20, 2019, 2:10 PM IST

ଭୁବନେଶ୍ବର: ବାତ୍ୟା ପରେ ବସ୍ତିରେ ଗୋଟିଏ ରାତି । ଦିନେ କି ଦୁଇ ଦିନ ନୁହେଁ, 17 ଦିନର ସଙ୍ଘର୍ଷର କାହାଣୀ । ଫନି ପରର ପ୍ରତିଟି ରାତି ଯେ କେତେ ଯନ୍ତ୍ରଣା ଦାୟକ, ରାଜଧାନୀର ବସ୍ତିବାସିନ୍ଦାଙ୍କୁ ଦେଖିଲେ, ତାହା ସ୍ପଷ୍ଟ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବରର ହରେକୃଷ୍ଣ ବସ୍ତିବାସିନ୍ଦା । ସରକାରୀ ସହାୟତା, ରିଲିଫ, ସବୁକିଛି ଯେ କେବଳ ମନ ବୁଝାଇବା ପାଇଁ, ଏମାନଙ୍କୁ ଦେଖିଲେ ତାହା ସ୍ପଷ୍ଟ ହେଉଛି । ଫନି ପରର ପ୍ରତିଟି ରାତିକୁ ଛଟପଟ ହୋଇ ବିତାଉଛନ୍ତି ବସ୍ତି ବାସିନ୍ଦା ।

ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ନାହିଁ । ଅନ୍ଧାରରୁ ନିସ୍ତାର ପାଇଁ ବିଜୁଳି ବି ନାହିଁ । ରାତି ହେଲେ କାମୁଡି ପକାଉଛନ୍ତି ମଶା । ଏପଟେ ତଳେ ଶୋଉଥିବାରୁ ସର୍ପ ଦର୍ଶନର ବି ଭୟ ରହିଛି । ଏମାନେ କେବଳ ବେସାହାରା ନୁହଁନ୍ତି, ଆମ ବ୍ୟବସ୍ଥା ଆଗରେ ଅସହାୟ ମଣିଷ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details