ଓଡିଶା

odisha

ETV Bharat / state

966 ସ୍କୁଲରେ ଝୁଲିବ ତାଲା, ଛାତ୍ରଛାତ୍ରୀଙ୍କୁ ମିଳିବ ଯାତାୟତ ଖର୍ଚ୍ଚ - CLOSE

ରାଜ୍ୟର 966ଟି ସ୍କୁଲରେ ପଡିବ ତାଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦେଲେ ସୂଚନା । ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ସ୍କୁଲକୁ କରାଯିବ ସ୍ତାନାନ୍ତର । ଅଭିଭାବକଙ୍କୁ ମିଳିବ ପିଲାଙ୍କ ଯାତାୟତ ଖର୍ଚ୍ଚ ।

ଫଟୋ ସୋଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 26, 2019, 7:08 PM IST

ଭୁବନେଶ୍ବର: ଶିକ୍ଷା ଦ୍ବୀପ ପ୍ରଜ୍ବଳନ କରିବାକୁ ସରକାର ଦିନେ ଯେଉଁ ସ୍କୁଲ ଖୋଲିଥିଲେ, ଆଜି ସେଥିମଧ୍ୟରୁ 966 ସ୍କୁଲ ବନ୍ଦ କରିବାକୁ ଯାଉଛନ୍ତି । ରାଜ୍ୟରେ ୧୦ରୁ କମ୍ ଛାତ୍ରଛାତ୍ରୀ ପଢୁଥିବା ପ୍ରାୟ 966ଟି ସ୍କୁଲ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ରାୟଗଡା ଜିଲ୍ଲାରୁ ସର୍ବାଧିକ ୧୩୯ଟି ସ୍କୁଲ ବନ୍ଦ ହେବ । ଖାଲି ବନ୍ଦ ନୁହେଁ ବରଂ ପିଲାଙ୍କ ଯାତାୟତ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ ବୋଲି ହୋଇଛି ଘୋଷଣା ।

ସେହିଭଳି ଭାବେ କୋରାପୁଟରେ ୯୩, ଅନୁଗୁଳରେ ୬୪, କନ୍ଧମାଳରେ ୬୦, ଗଞ୍ଜାମରେ ୬୦, ମୟୂରଭଞ୍ଜରେ ୫୩, ବଲାଙ୍ଗିର ଓ ସୁନ୍ଦରଗଡରେ ୪୪, କଳାହାଣ୍ଡିରେ ୩୯, ସମ୍ବଲପୁରରେ ୩୪, ଯାଜପୁରରେ ୩୨ ଓ ଗଜପତିର ୩୩ଟି ପ୍ରାଥମିକ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ଓ କେନ୍ଦ୍ରାପଡାର ୨୭ଟି ସ୍କୁଲରେ ପଡିବ ତାଲା । ସୋନପୁରରେ ୨୪, ବରଗଡ,ଜଗତସିଂହପୁର ଓ ଢେଙ୍କାନାଳରେ ୧୯ଟି ଲେଖାଏଁ ସ୍କୁଲ ବନ୍ଦ ହେବ । ନୂଆପଡା ଓ ବୌଦ୍ଧରେ ୧୮, ମାଲକାନଗିରିର ୧୭, ପୁରୀରେ ୧୬, ଦେବଗଡରେ ୧୨ଟି ସ୍କୁଲରେ ୧୦ରୁ କମ୍ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କାରଣରୁ ପ୍ରାଥମିକ ସ୍କୁଲ ଗୁଡିକ ବନ୍ଦ ହେବ ।

ଅପରପକ୍ଷରେ ଏଣିକି ଏକ କିମି ଦୂରକୁ ପଢିବାପାଇଁ ଯାଉଥିବା ପିଲାମାନଙ୍କୁ ପାଖ ସ୍କୁଲକୁ ସ୍ଥାନାନ୍ତର କରାଯିବ । ସ୍କୁଲ ଯିବାପାଇଁ ଯାତାୟତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ମାସକୁ ୬୦୦ ଟଙ୍କା ହିସାବରେ ୬ ହଜାର ଟଙ୍କା ମିଳିବ । ତେବେ ଏହି ଟଙ୍କା ଅଭିଭାବକମାନଙ୍କ ଆକାଉଣ୍ଟକୁ ଯିବ । ଏହା ବ୍ୟତୀତ ୫୦ରୁ ୭୪ ପ୍ରତିଶତ ଉପସ୍ଥାନ ଥିବା ପିଲାମାନଙ୍କୁ ୪୦୦ ଟଙ୍କା ହିସାବରେ ୪୦୦୦ ଟଙ୍କା ଏବଂ ୩୦ରୁ ୪୯ ପ୍ରତିଶତ ଥିବା ପିଲାମାନଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ କରାଯିବ । ୩୦ ପ୍ରତିଶତ ତଳକୁ ଉପସ୍ଥାନ ଥିଲେ ସେମାନଙ୍କୁ ଏହି ସୁଯୋଗ ଦିଆଯିବ ନାହିଁ ବୋଲି ଘୋଷଣା କରାଯାଇଛି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details