ଭୁବନେଶ୍ୱର: ଆଜିକାଲି ସମସ୍ତେ ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି ସତ କିନ୍ତୁ ସବୁବେଳେ ପ୍ରତିପୋଷଣ କରନ୍ତି ନକାରାତ୍ମକ ଚିନ୍ତାଧାରା। ଯାହାଫଳରେ ଉଚ୍ଚାରଣ ଓ ଆଚରଣରେ ଅନେକ ପ୍ରଭେଦ ଆସିଯାଇଛି। ଯେପରିକି ସକାରାତ୍ମକ ଚିନ୍ତାଧାରା ଗ୍ରହଣ କର, ସତକୁହ, ସତ ଲେଖ, ମିଛ କୁହନାହିଁ, ମିଛ ଲେଖ ନାହିଁ ଇତ୍ୟାଦି କହିଥାନ୍ତି ସମସ୍ତେ। ଯାହାକି ପରୋକ୍ଷରେ ନକାରାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେଇଥାଏ। ତେଣୁ ଜୀବନରେ ଏପରି ସକାରାତ୍ମକ ଚିନ୍ତାଧାରାରେ ପରିଚାଳିତ ହୁଅ ଯାହା ସମାଜରେ ପରିବର୍ତ୍ତନର ବାହକ ହେବ ବୋଲି ଉତ୍କଳ ବିଶ୍ଵବିଦ୍ୟାଳୟର 49ତମ ସମାଵର୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛାତ୍ରଛାତ୍ରୀ ମାନଙ୍କୁ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଜିନ୍ସ ପିନ୍ଧିଲେ ହେବନି ତାକୁ ଆମର ଜିନ(କ୍ରୋମୋଜମ) ସହିତ ମିଶାଇବାକୁ ପଡିବ। ଅର୍ଥାତ ପାଶ୍ଚାତ୍ୟ ସଂସ୍କୃତିକୁ ଭାରତୀୟ ସଂସ୍କୃତି ସହିତ ଯୋଡିବାକୁ ହେବ। ତାହେଲେ ଯାଇ ଆମେ ଏଥିରେ ପାରଦର୍ଶିତା ହାସଲ କରିଛେ ବୋଲି ଜାଣି ପାରିବା। ସେହିପରି ବର୍ତ୍ତମାନ କେବଳ କୁତ୍ରିମ ଜ୍ଞାନ ବା ଆର୍ଟିଫିସିଆଲ ଇଣ୍ଟିଲିଯେନ୍ସି, ରହିଲେ ହେବ ନାହିଁ ତା ସହିତ ଆଧ୍ୟାତ୍ମକ, ସାମାଜିକ ଓ ସଂକୃତିକ ଜ୍ଞାନକୁ ଯୋଡିଲେ ହିଁ ସମାଜର ମଙ୍ଗଳ ସାଧନ ହୋଇପାରିବ ବୋଲି ସେ କହିଛନ୍ତି। ତେଣୁ ଛାତ୍ରଛାତ୍ରୀ ମାନଙ୍କୁ ଆଲୋକର କଣିକା ହେବାକୁ ପରାମର୍ଶ ଦେଇଛନ୍ତି ରାଜୟପାଳ। କାରଣ ଆଲୋକ କଣିକାର ର କୌଣସି ଠିକଣା ନ ଥାଏ। ସେ ଯେଉଁଠି ପଡିବ ସେହି ସ୍ଥାନ ଆଲୋକିତ କରିବ।