ଓଡିଶା

odisha

ETV Bharat / state

ଏଣିକି ଓଭରବ୍ରିଜରେ ଗଡିବନି 2 ଚକିଆ ! - overbridge

ସଡକ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାକୁ ଖୋର୍ଦ୍ଧା ପ୍ରଶାସନର ବଡ ପ୍ରୟାସ ।ଓଭରବ୍ରିଜରେ ଗଡିବନି 2 ଚକିଆ ଯାନ । ଚଳିତ ମାସ ୧୧ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 15, 2019, 10:55 PM IST

ଭୁବନେଶ୍ବର: ଏଣିକି ଆଉ ଭୁବନେଶ୍ବର ଏନଏଚ ଓଭରବ୍ରିଜ ଉପରେ ଚାଲିବ ନାହିଁ ଦୁଇ ଚକିଆ ଯାନ । ଫ୍ଲାଏଓଭର ଉପରେ ଘଟୁଥିବା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଫ୍ଲାଏଓଭର ଉପରେ ଦ୍ରୁତଗାମୀ ଗାଡି ଚଳାଚଳ ଯୋଗୁ ଦିନକୁ ଦିନ ଦୁର୍ଘଟଣା ବଢୁଛି । ଏହା ଉପରେ ଲଗାମ ଲଗାଇବାକୁ ଜିଲ୍ଲା ପ୍ରଶାସନ ଦେଖାଇଛି ତତ୍ପରତା । ଲୋକଙ୍କୁ ସଚେତନ କରାଇ ଦୁଇ ଚକିଆ ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ । କେବଳ ଚାରି ଚକିଆ ଓ ଭାରି ଯାନ ଗଡିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ପିକେ ମହାନ୍ତି କହିଛନ୍ତି ।

ଚଳିତ ମାସ ୧୧ ତାରିଖରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସଡକ ସୁରକ୍ଷା ନେଇ ବୈଠକ ବସିଥିଲା । ଏଥିରେ ରାଜଧାନୀ ଏନଏଚ ଫ୍ଲାଇ ଓଭର ଉପରେ ଦୁଇ ଚକିଆ ଯାନ ଚଳାଚଳକୁ ବନ୍ଦ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଗକୁ ଏ ନେଇ କଟକଣା କରିବାକୁ ପିଡବ୍ଲୁଡି, ଜାତୀୟ ରାଜପଥ, ପୋଲିସ ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ବିଭାଗ ମିଳିତ ଉଦ୍ୟମରେ ଏ କାର୍ଯ୍ୟକ୍ରମ କରାଯିବ ।

ସୂଚନା ଥାଉ ଯେ, ଭୁବନେଶ୍ୱର ଖଣ୍ଡଗିରି ଠାରୁ ରସୁଲଗଡ଼ ପର୍ଯ୍ୟନ୍ତ ଜାତୀୟ ରାଜପଥ ଉପର ଫ୍ଲାଏଓଭର ଉପରେ ଆଧିକ ପରିମାଣରେ ଦୁର୍ଘଟଣା ଘଟୁଛି । ଯେଉଁଥିରେ ଏବେ ସୁଦ୍ଧା ବହୁ ଜଣ ପ୍ରାଣ ମଧ୍ୟ ହରାଇସାରିଲେଣି । ସେହିପରି ଜୟଦେବ ବିହାର ଓଭର ବ୍ରିଜ ଉପରେ ମଧ୍ୟ ଏପରି ବହୁ ଦୁର୍ଘଟଣା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details