ଓଡିଶା

odisha

ETV Bharat / state

ବିଶ୍ବ ମହିଳା ଦିବସ: 14 ମହିଳାଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କଲା ପରିଚୟ ଅନୁଷ୍ଠାନ - ଭୁବନେଶ୍ୱର

ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ କମ ନୁହଁନ୍ତି। ସେମାନେ ମଧ୍ୟ ନିଜ ଅଧ୍ୟବସାୟ ଓ କାର୍ଯ୍ୟଦକ୍ଷତା ବଳରେ ସମାଜରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥାନ୍ତି।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ୱର

By

Published : Mar 8, 2019, 4:12 AM IST

ଭୁବନେଶ୍ୱର: ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ କମ ନୁହଁନ୍ତି। ସେମାନେ ମଧ୍ୟ ନିଜ ଅଧ୍ୟବସାୟ ଓ କାର୍ଯ୍ୟଦକ୍ଷତା ବଳରେ ସମାଜରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥାନ୍ତି। ଆଜି ଆନ୍ତର୍ଜାତୀୟ ମହିଳା ଦିବସ ସାରା ବିଶ୍ୱରେ ପାଳିତ ହେବାକୁ ଯାଉଛି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ୱର

ଏହାର ଅବ୍ୟବହିତ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ 14ଜଣ ମହିଳା ଯଥା ସମାଜସେବା କ୍ଷେତ୍ରରେ ଚିଦତମିକା ଖଟୁଆ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସୁଜାତା କର, ସାହିତ୍ୟରେ ପାରମିତା ଶତପଥୀ, କଳା ମଧୁଲିତା ମହାପାତ୍ର, ସୁମିତ୍ରା ମହାପାତ୍ର ଓ କ୍ରୀଡା କ୍ଷେତ୍ରରେ ଅର୍ପିତା ମହାପାତ୍ର ଏବଂ ଅନ୍ୟମାନଙ୍କୁ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆରିୟା ସମ୍ମାନରେ ସମ୍ମାନିତ କରାଯାଇଛି।

ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଘର ଓ ଦେଶ ଗଠନରେ ମହିଳାଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ଏହିଭଳି ଏକ ମହତ କାର୍ଯ୍ୟ କରୁଥିବାରୁ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ଓ ସବୁ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ।

ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ବଂଶୀବାଦକ ହରି ପ୍ରସାଦ ଚୌରାସିଆ ଓ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଉତ୍ତର ଭୁବନେଶ୍ୱରର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ଆଲୋଚନା ସଭାରେ ମହିଳାଙ୍କ ନିମନ୍ତେ ହିଂସା ମୁକ୍ତ ସମାଜ ଗଠନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଶେଷରେ ଦିବ୍ୟାଙ୍ଗ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details