ଓଡିଶା

odisha

ETV Bharat / state

ଆସିଲା ‘ଫନି’ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ, ପ୍ରାୟ 12 ହଜାର କୋଟି ଟଙ୍କା ଆକଳନ - damage

‘ଫନି’ କ୍ଷୟକ୍ଷତି ନେଇ ଆସିଲା ପ୍ରାଥମିକ ଆକଳନ ରିପୋର୍ଟ । ପ୍ରାୟ 12 ହଜାର କୋଟି ଟଙ୍କାର ହୋଇଛି କ୍ଷୟକ୍ଷତି । ଆଜି କେନ୍ଦ୍ରୀୟ ଟିମକୁ ରିପୋର୍ଟ ପ୍ରଦାନ କରିବେ ରାଜ୍ୟ ସରକାର ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

By

Published : May 15, 2019, 11:32 AM IST

ଭୁବନେଶ୍ବର: ‘ଫନି’ କ୍ଷୟକ୍ଷତି ନେଇ ଆସିଲା ପ୍ରାଥମିକ ଆକଳନ ରିପୋର୍ଟ । ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ପ୍ରାୟ 12 ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିଶନର ଆକଳନର ରିପୋର୍ଟ ଦେଇଛନ୍ତି । ତିନିଦିନିଆ ବାତ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳ ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମକୁ ଏହି ରିପୋର୍ଟ ପ୍ରଦାନ କରାଯିବ ।

ପ୍ରାଥମିକ ଆକଳନ ଅନୁଯାୟୀ ରାଜ୍ୟ ସରକାରଙ୍କ 24ଟି ବିଭାଗ ଏବଂ ଶ୍ରୀଜଗନ୍ନାଥ ମନ୍ଦିରର 5175 କୋଟି 12 ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଛି । ଏଥିସହ ରିଲିଫ ଓ ପୁନର୍ଗଠନ କାର୍ଯ୍ୟରେ 6 ହଜାର 767 କୋଟି 56 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ଏହିପରି ଭାବରେ ସମୁଦାୟ 11 ହଜାର 942କୋଟି 67 ଲକ୍ଷ ଟଙ୍କା କ୍ଷୟକ୍ଷତି ଓ ରିଲିଫ ଆବଣ୍ଟନ ନେଇ କେନ୍ଦ୍ରୀୟ ଟିମଙ୍କୁ ରିପୋର୍ଟ ଦେବେ ରାଜ୍ୟ ସରକାର ।

ଜାଣନ୍ତୁ, କେଉଁ ବିଭାଗରେ ହୋଇଛି କେତେ କ୍ଷୟକ୍ଷତି...

  • ଶକ୍ତି ବିଭାଗ- 1159 କୋଟି 80 ଲକ୍ଷ ଟଙ୍କା
  • ଜଳ ସମ୍ପଦ ବିଭାଗ-373 କୋଟି 1 ଲକ୍ଷ ଟଙ୍କା
  • ପୂର୍ତ୍ତ ବିଭାଗ- 597 କୋଟି 32 ଲକ୍ଷ ଟଙ୍କା
  • ଗ୍ରାମ୍ୟ ଉନ୍ନୟନ ବିଭାଗ- 435 କୋଟି 17 ଲକ୍ଷ ଟଙ୍କା
  • ଗୃହ ଓ ନଗର ଉନ୍ନୟନ ବିଭାଗ- 524 କୋଟି 34 ଲକ୍ଷ ଟଙ୍କା
  • ପଞ୍ଚାୟତରାଜ ବିଭାଗ- 587 କୋଟି 3 ଲକ୍ଷ ଟଙ୍କା
  • କୃଷି ବିଭାଗ- 102 କୋଟି 30 ଲକ୍ଷ ଟଙ୍କା
  • ମତ୍ସ ଓ ପଶୁସମ୍ପଦ ବିଭାଗ- 55 କୋଟି 43 ଲକ୍ଷ ଟଙ୍କା
  • ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ- 74 କୋଟି 31 ଲକ୍ଷ ଟଙ୍କା
  • ଉଚ୍ଚଶିକ୍ଷା ବିଭାଗ- 296 କୋଟି ଟଙ୍କା
  • ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ- 12 କୋଟି 76 ଲକ୍ଷ ଟଙ୍କା
  • ଜଙ୍ଗଲ ବିଭାଗ- 537 କୋଟି 80 ଲକ୍ଷ ଟଙ୍କା
  • ଶିଳ୍ପ ବିଭାଗ- 152 କୋଟି 69 ଲକ୍ଷ ଟଙ୍କା

ସେହିପରି ପୁରୀ ଜଗନ୍ନାଥ ମନ୍ଦିରରେ 5 କୋଟି 10 ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି । ଏ ତମାମ ରିପୋର୍ଟକୁ ଆଜି କେନ୍ଦ୍ରୀୟ ଟିମକୁ ଦିଆଯିବ । ତିନିଦିନିଆ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ ସହ ସଚିବାଳୟରେ ଆଜି ସମୀକ୍ଷା ବୈଠକ ରହିଛି । ଏହାପରେ ଦିଲ୍ଲୀ ଫେରିଯିବେ କେନ୍ଦ୍ରୀୟ ଟିମ ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details