ଓଡିଶା

odisha

ETV Bharat / state

ବେକରେ ଗାମୁଛା ଲଗାଇ 10ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା - bhubaneswar

ସ୍କୁଲ ଛାତ୍ରାବାସରୁ ମିଳିଲା 10ମ ଶ୍ରେଣୀ ଛାତ୍ରଙ୍କ ମୃତଦେହ । ବେକରେ ଗାମୁଛା ଲଗାଇ ଛାତ୍ର ଆତ୍ମହତ୍ଯା କରିଥିବା ସୂଚନା । ମୃତ ଛାତ୍ର ଜଣଙ୍କ ହେଲେ ଅନୁଗୋଳ ଜିଲ୍ଲା ମହିଧରପଡା, ଖିଣ୍ଡା ବନ୍ତଳ ଅଞ୍ଚଳର ଚିନ୍ମୟ କୁମାର ବେହେରା ।

ଫଟୋ ସୌଜନ୍ୟ: ସମ୍ବାଦଦତା, ଭୁବନେଶ୍ବର

By

Published : Apr 25, 2019, 12:03 PM IST

Updated : Apr 25, 2019, 1:05 PM IST

ଭୁବନେଶ୍ବର: ବେକରେ ଗାମୁଛା ଲଗାଇ ଛାତ୍ରଙ୍କ ଆତ୍ମହତ୍ୟା । ସ୍କୁଲର ଛାତ୍ରାବାସରୁ ମିଳିଲା ମୃତଦେହ । ଛାତ୍ର ଜଣଙ୍କ ହେଲେ ଖଣ୍ଡଗିରି ଥାନା ଶିବାନନ୍ଦ ହାଇସ୍କୁଲର ଚିନ୍ମୟ କୁମାର ବେହେରା । ତାଙ୍କ ଘର ଅନୁଗୋଳ ଜିଲ୍ଲା ମହିଧରପଡା, ଖିଣ୍ଡା ବନ୍ତଳ ଅଞ୍ଚଳରେ ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁଯାୟୀ, ଏକ ସପ୍ତାହ ଧରି ଚିନ୍ମୟ ଡିପ୍ରେସନରେ ଥିବା ତାଙ୍କ ସାଙ୍ଗମାନେ କହିଥିବାବେଳେ ତାଙ୍କ ହାତରେ ପୂର୍ବରୁ କିଛି କଟାଦାଗ ଥିବା ଜଣାପଡିଛି। ତେବେ କୌଣସି କାରଣରୁ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବା ସମୟରେ ତାଙ୍କ ସାଙ୍ଗମାନେ ଏହା ଦେଖି ନେଇଥିଲେ । ପରେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ କେଉଁ କାରଣରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Apr 25, 2019, 1:05 PM IST

ABOUT THE AUTHOR

...view details