ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି । ପ୍ରଥମେ 11ଟା 30 ତାପରେ 3ଟା ଯାଏଁ ଗୃହକୁ ମଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଆରମ୍ଭରୁ ହଟ୍ଟଗୋଳ - ADJOURNED
ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି । ପ୍ରଥମେ 11ଟା 30 ତାପରେ 3ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
କଂଗ୍ରେସ ଚାଷୀଙ୍କ ସମସ୍ୟାକୁ ନେଇ ହଟ୍ଟଗୋଳ କରିଥିବାବେଳେ ବିଜେପି ଚିଟଫଣ୍ଡ ପ୍ରସଙ୍ଗ ଉଠାଇଛି । ଏହାପରେ ବାଚସ୍ପତି ପ୍ରଦୀପ ଅମାତ୍ ଗୃହକୁ 11ଟା 30 ଯାଏଁ ମୁଲତବୀ କରିଥିଲେ । ପରେ ସ୍ବାଭାବିକ ନହେବାରୁ ଅପରାହ୍ନ 3ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ଗତକାଲି ରାଜ୍ୟପାଳ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ନିଜ ଅଭିଭାଷଣ ଗୃହରେ ରଖିଥିଲେ । ଏହାପରେ ଆଜି 7ଟି ପ୍ରସଙ୍ଗରେ ପ୍ରଶ୍ନକାଳରେ ଆଲୋଚନା ହେବାର ଥିଲା ।
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ