ଓଡିଶା

odisha

ETV Bharat / state

ବଜ୍ରଘାତରେ ଯୁବଚାଷୀ ମୃତ, ସରକାରୀ ସହାୟତା ଦାବି

ବୌଦ୍ଧ କିଆକଟା ଥାନା ଅନ୍ତର୍ଗତ ଟୁସର ପଞ୍ଚାୟତରେ ବଜ୍ରାଘାତରେ ପ୍ରାଣ ହରାଇଲେ ଯୁବ ଚାଷୀ । ସରକାରୀ ସହାୟତା ପାଇଁ ଦାବି । ଅଧିକ ପଢନ୍ତୁ...

ବଜ୍ରଘାତରେ ଯୁବଚାଷୀ ମୃତ, ସରକାରୀ ସହାୟତା ଦାବି
ବଜ୍ରଘାତରେ ଯୁବଚାଷୀ ମୃତ, ସରକାରୀ ସହାୟତା ଦାବି

By

Published : Jun 8, 2021, 6:16 AM IST

ବୌଦ୍ଧ: ବଜ୍ରପାତରେ ଚାଲିଗଲା ଯୁବଚାଷୀଙ୍କ ଅମୂଲ୍ୟ ଜୀବନ । କିଆକଟା ଥାନା ଅନ୍ତର୍ଗତ ଟୁସର ପଞ୍ଚାୟତର ତସରାବେଡା ଗ୍ରାମର ଜଣେ ଯୁବ ଚାଷୀ ରବି ଧାନ ସଂଗ୍ରହ କାର୍ଯ୍ୟ ବ୍ୟସ୍ତ ଥିବାବେଳେ ସୋମବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ପରିବାର ଲୋକେ ଗୁରୁତର ଯୁବକଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବଜ୍ରଘାତରେ ଯୁବଚାଷୀ ମୃତ, ସରକାରୀ ସହାୟତା ଦାବି

ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ଯୁବକଙ୍କ ମୃତ୍ୟୁ ଯୋଗୁଁ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ସେପଟେ ସୋମବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ବଉଲସିଙ୍ଗା ଗ୍ରାମ ନିକଟରେ ଥିବା ବୁଲାଣିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2 ଜଣ ଗୁରୁତର ଆହତ ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସେହିପରି କଣ୍ଟାମାଳ ଥାନା ଅନ୍ତର୍ଗତ ମାତାକୁପା ଘାଟି ଉପରେ ଦୁଇ ଜଣ ଦୁର୍ବୃତ୍ତ ବେକରେ ଧାରୁଆ ଅସ୍ତ୍ର ଲଗାଇ ଏକ ବାଇକ ଲୁଟି ନେଇଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details