ବୌଦ୍ଧ: ଲକଡାଉନ ନିୟମ ଖିଲାପକାରୀଙ୍କୁ ସାବାଡ କରିବାକୁ ସହରର ବିଭିନ୍ନ ସ୍ଥାନରେ ବୁଲୁଛନ୍ତି ଯମରାଜା ଓ ତାଙ୍କ ପାରିଷଦ ବର୍ଗ । ନିଜେ ସ୍ବଛ ରହିବା ସହ ସାମାଜିକ ଦୂରତା ବଜାୟ ନରଖିଲେ ପରିସ୍ଥିତି ଭୟାବହ ହେବ ବୋଲି ଯମରାଜା ଚେତାବନୀ ଦେଇଥିଲେ । ସେପଟେ ମହିଳାମାନେ ମଧ୍ୟ ଘରେ ରହି ନିଜ ପରିବାର ଓ ସମାଜର ମଙ୍ଗଳ ପାଇଁ ଆଧ୍ୟାତ୍ମିକତା ମାର୍ଗ ଆପଣେଇବାକୁ ଆହ୍ବାନ ଦିଆଯାଇଛି ।
ବୌଦ୍ଧ ସହରର ବିଭିନ୍ନ ଦୋକାନ, ବଜାର, ବ୍ୟାଙ୍କ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନରେ ପହଞ୍ଚିଥିଲେ ଯମରାଜା ଓ ତାଙ୍କ ପାରିଷଦ ବର୍ଗ । ସ୍ବଛତା ଓ ସାମାଜିକ ଦୂରତା ବଜାୟ ନରଖିଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେବା ସହିତ କେତେକ ନିୟମ ଖିଲାପକାରୀଙ୍କୁ ଅର୍ଥ ଦଣ୍ଡ ଓ ବସଉଠ କରାଇଥିଲେ ଏହି କଳାକାର ରୂପୀ ଯମରାଜା ।