ଓଡିଶା

odisha

ETV Bharat / state

ବିଶ୍ବ ପର୍ଯ୍ୟଟନ ଦିବସ: ଅବହେଳିତ ବୌଦ୍ଧର ଐତିହ୍ୟ କୀର୍ତ୍ତିରାଜ - boudh tourist place

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳ ରହିଛି । ଏପରିକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନେଇ ବିଭିନ୍ନ ସମୟରେ ବିଜ୍ଞାପନ ଜାରି ହେଉଛି । ହେଲେ ଆଜିବି କେତେକ ସ୍ଥାନରେ ଅବହେଳିତ ତଥା ଧ୍ବଂସ ଆଡକୁ ଗତିକରୁଛି କୀର୍ତ୍ତିରାଜି ଗୁଡିକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 27, 2019, 4:23 PM IST

ବୌଦ୍ଧ: ଆଜି ବିଶ୍ବ ପର୍ଯ୍ୟଟନ ଦିବସ । ଏହି ଦିବସ ଉପଲକ୍ଷେ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀ ରହିଛି । ଏହି ସ୍ଥାନକୁ ଆସିବା ପାଇଁ ପ୍ରତିଟି ପର୍ଯ୍ୟଟକଙ୍କୁ ଆହ୍ବାନ କରିଛନ୍ତି ନବୀନ ପଟ୍ଟନାୟକ । ହେଲେ ଆଜିବି ରାଜ୍ୟରେ କେତେକ ସ୍ଥାନରେ ଅବହେଳିତ ଭାବେ ପଡିରହିଛି ଐତିହ୍ୟ କୀର୍ତ୍ତିରାଜିମାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଆଜିର ଦିନରେ ଆମ ପ୍ରତିନିଧି, ବୌଦ୍ଧ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀମାନ ବୁଲି ଦେଖିଥିଲେ । ବୌଦ୍ଧ ବିହାର, ରାମେଶ୍ବର ମନ୍ଦିର ସମୂହ, ଶ୍ୟାମସୁନ୍ଦରପୁରସ, ପରଗଳପୁର, ଗନ୍ଧରାଡି ଭଳି ପ୍ରମୁଖ ସ୍ଥାନରେ ପହଞ୍ଚି ପର୍ଯ୍ୟଟମାନଙ୍କ ସୁବିଧା ପଚାରି ବୁଝିବା ସହ ପରଖିଥିଲେ । ଯେଉଁଠି ସେ ପର୍ଯ୍ୟଟକଙ୍କ ପାଇଁ କୌଣସି ସୁବିଧା ଦେଖିବାକୁ ପାଇନଥିଲେ ।

ଏପରିକି ହରଭଙ୍ଗା, କଣ୍ଟାମାଳ ବ୍ଲକରେ ଏକାଧିକ ପ୍ରକୃତି ପର୍ଯ୍ୟଟନ ଭରପୁର ରହିଥିଲେ ମଧ୍ୟ ଏଗୁଡିକ ପ୍ରତି ସରକାରଙ୍କ ଆନ୍ତରିକତା ନାହିଁ । ଏସବୁ ସ୍ଥାନରେ ନା କୌଣସି ପାନୀୟ ଜଳର ବ୍ୟବସ୍ଥା ରହିଛି ନା ପର୍ଯ୍ୟଟକଙ୍କ ପାଇଁ ପାନ୍ଥାଶାଳାର ବ୍ୟବସ୍ଥା । ଫଳରେ ଅବହେଳିତ ତଥା ଧ୍ବଂସ ଆଡକୁ ବିଭିନ୍ନ କୀର୍ତ୍ତିରାଜିଗୁଡିକ ମୁହାଁଇଥିବା ଦୃଶ୍ୟମାନ ହୋଇଛି ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details