ଓଡିଶା

odisha

ETV Bharat / state

ମିଳୁନି ବକେୟା ପ୍ରାପ୍ୟ, ଧାରଣାରେ ବସିଲେ ଶ୍ରମିକ - ଧାରଣାରେ ଶ୍ରମିକ

ଖରାବର୍ଷ।ରେ ଠିକାଦାର ପାଖରେ କାମ କରି ମଧ୍ୟ ପାଉଣା ପାଉନି ଶ୍ରମିକ । ବକେୟା ପ୍ରାପ୍ୟ ପାଇବା ନେଇ ଧାରଣାରେ ବସିଛନ୍ତି ବୌଦ୍ଧ ଜିଲ୍ଲାର କିଛି ଶ୍ରମିକ । ଅଧିକ ପଢନ୍ତୁ...

ଧାରଣାରେ ବସିଲେ ଶ୍ରମିକ
ଧାରଣାରେ ବସିଲେ ଶ୍ରମିକ

By

Published : Jun 22, 2021, 8:04 AM IST

ବୌଦ୍ଧ:ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ । ତିନି ତିନିଜଣ ଠିକାଦାରଙ୍କ ପାଖରେ କାମ କରିବା ପରେ ବି ପାଉଣାରୁ ବଞ୍ଚିତ ହୋଇଛନ୍ତି ଶ୍ରମିକ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରିବା ପରେ ବି କେହି କର୍ଣ୍ଣପାତ କରିନଥିବା କହିଛନ୍ତି ଶ୍ରମିକ । ଅନ୍ୟ କିଛି ଉପାୟ ନ ପାଇ ପ୍ରାପ୍ୟ ପାଇବା ଧାରଣାରେ ବସିଛନ୍ତି ବୌଦ୍ଧ ଜିଲ୍ଲାର କିଛି ଶ୍ରମିକ ।

ଧାରଣାରେ ବସିଲେ ଶ୍ରମିକ

ସୂଚନାଅନୁସାରେ ଲକଡାଉନ ସମୟରେ ଶ୍ରମିକ ଶ୍ରେଣୀ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି । ପରିବାର ଚଳାଇବା ପାଇଁ ଯାହା କାମ ମିଳୁଥିବା କରୁଥିଲେ । ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗର ଠିକାକାମ ହାତେଇଥିବା ତିନି ଜଣ ଠିକାଦାରଙ୍କ ପାଖରେ କାମ କରିଥିଲେ କିଛି ଶ୍ରମିକ । କାମ ସରିବା ପରେ ଶ୍ରମିକଙ୍କୁ ସେମାନଙ୍କ ପାଉଣା ମିଳି ନଥିବା ଅଭିଯୋଗ କରିଛନ୍ତି ଶ୍ରମିକ । ଏହା ସହିତ ଠିକାଦାର ଶ୍ରମିକଙ୍କୁ ଧରାଛୁଆଁ ଦେଇନଥିବା ଅଭିଯୋଗ ହୋଇଛି ।

ବକେୟା ପାଇବାକୁ ନେଇ ବିଭାଗୀୟ ବିଭାଗୀୟ ଯନ୍ତ୍ରୀ ଓ ଶ୍ରମ ଅଧିକାରୀଙ୍କୁ କହିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଶ୍ରମିକ । ଏନେଇ ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶ୍ରମିକ । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଶ୍ରମିକମାନେ ଗୁହାରି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details