ବୌଦ୍ଧ: ଘର ନିର୍ମାଣ କରୁ କରୁ ଏଗାର କେଭି ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ଜହ୍ନାପଙ୍ଗ ଗାଁରେ । ସୂଚନା ଅନୁଯାୟୀ ମୁକୁନ୍ଦପୁର ଗ୍ରାମର ଗଗନ ବିହାରୀ ପ୍ରଧାନ (୫୫) ଜହ୍ନାପଙ୍ଗ ଗାଁର ଜନୈକ ବ୍ୟକ୍ତିଙ୍କ ଘରେ ମିସ୍ତ୍ରୀ କାମ କରୁଥିଲେ । ତେବେ ଘର ଉପରେ ଯାଇଥିବା ଏଗାର କେଭି ତାରରେ ଅସାବଧାନତା ହେତୁ ଲାଗି ଯାଇଥିଲେ ।
ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀ ମୃତ
ଘର ନିର୍ମାଣ କରୁଥିବା ବେଳେ ଏଗାର କେଭି ତାର ସଂସ୍ପର୍ଶରେ ଆସି ମିସ୍ତ୍ରୀ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର ଜହ୍ନାପଙ୍ଗ ଗାଁରେ ।
ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ
ଗଗନଙ୍କ ସହଯୋଗୀ ହେମନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଅସଫଳ ହୋଇଥିଲେ । ଘଟଣା ସ୍ଥଳରେ ଗଗନବିହାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ହେମନ୍ତ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି । ଗଗନ ନିଜେ ଜଣେ କୁଶଳୀ ଶ୍ରମିକ ଥିବା ବେଳେ ଶ୍ରମ ବିଭାଗ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ