ଓଡିଶା

odisha

ETV Bharat / state

ଚୋରା କାଠ ମାଫିଆଙ୍କ ନଜରରେ ବୃକ୍ଷରାଜି

ଜଙ୍ଗଲ ସମ୍ପଦରେ ଭରପୁର ଜିଲ୍ଲାର ବୃକ୍ଷରାଜି ଅସୁରକ୍ଷିତ । ଚୋରା କାଠ ମାଫିଆ ଓ ଦୁର୍ବୃତ୍ତଙ୍କ ଯୋଗୁଁ ଅନେକ ସ୍ଥାନରେ ଗଛ କାଟି ଦିଆଯାଉଛି । ଯାହାକୁ ନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

By

Published : Jun 5, 2021, 12:29 PM IST

ଚୋରା କାଠ ମାଫିଆଙ୍କ ନଜରରେ ବୃକ୍ଷରାଜି
ଚୋରା କାଠ ମାଫିଆଙ୍କ ନଜରରେ ବୃକ୍ଷରାଜି

ବୌଦ୍ଧ:ଚୋରା କାଠ ମାଫିଆ ଓ ଦୁର୍ବୃତ୍ତଙ୍କ ଟାର୍ଗେଟରେ ବୃକ୍ଷରାଜି । ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ବିଭିନ୍ନ ସମୟରେ ମାଫିଆ ଓ ଦୁର୍ବୃତ୍ତ ମାନେ ଜଙ୍ଗଲରୁ କାଠକାଟି ନେଉଥିବା ଅଭିଯୋଗ ହୋଇଆସୁଛି । କେତେକ ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ ଯୋଗୁଁ ଗଛ କାଟି ଦିଆଯାଉଛି । ଫଳରେ ବୌଦ୍ଧ ଭଳି ଜିଲ୍ଲାରେ ପରିବେଶ ଅସନ୍ତୁଳନ ହେବା ସହ ପ୍ରଚଣ୍ଡ ଖରା ହେଉଛି ।

ଚୋରା କାଠ ମାଫିଆଙ୍କ ନଜରରେ ବୃକ୍ଷରାଜି

ଜିଲ୍ଲାରେ ହେଉଥିବା କାଠ ଚୋରି ଉପରେ ବନଖଣ୍ଡ ବିଭାଗ ମାଫିଆଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ତଥାପି ଜନସଚେତନତା ଅଭାବରୁ ଅନେକ ସ୍ଥାନରେ ଲୋକମାନେ ଗଛ କାଟୁଛନ୍ତି । ଗତ ଦୁଇ ଦିନ ତଳେ ପୁରୁଣାକଟକ ବନାଞ୍ଚଳର ସୁରୁଣ୍ଡି ଓ ଗତକାଲି ବୌଦ୍ଧ ବନାଞ୍ଚଳର ଗୁଢିଆଳୀ ଠାରେ ଦୁର୍ବୃତ୍ତ ମାନେ ଗଛ କାଟି ଦେଇଥିବା ସୂଚନା ମିଳିଛି । ଯାହାକୁ ନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ ସହ ଜଙ୍ଗଲ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details