ଓଡିଶା

odisha

ETV Bharat / state

ମଦଭାଟି ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା ସଂଘ - ବୌଦ୍ଧର କୁଚିଆ ମଦଭାଟିକୁ ବିରୋଧ

ବୌଦ୍ଧ ଜିଲ୍ଲାର କୁଚିଆ ମଦଭାଟିକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିରୋଧ କରି ଏସପି, ଜିଲ୍ଲାପାଳ ଓ ଅବକାରୀ ଅଧିକାରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏ ସମ୍ପର୍କରେ ଅଧିକ ପଢନ୍ତୁ...

କୁଚିଆ ମଦଭାଟି ତୁରନ୍ତ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

By

Published : Oct 24, 2019, 7:36 PM IST

ବୌଦ୍ଧ: ଜିଲ୍ଲାର କୁଚିଆ ମଦଭାଟିକୁ ମହିଳାଙ୍କ ବିରୋଧ । ମଦ ବିକ୍ରିକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସୁଫଳ ମିଳିଲା ନାହିଁ । ଶେଷରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବାଧ୍ୟ ହୋଇ ଏସପି, ଜିଲ୍ଲାପାଳ ଓ ଅବକାରୀ ଅଧିକାରୀଙ୍କ ଦ୍ବାରସ୍ତ ହୋଇ ଉକ୍ତ ମଦଭାଟିକୁ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ।

କୁଚିଆ ମଦଭାଟି ତୁରନ୍ତ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର


ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଚୋରା ମଦ କାରବାର ଏକ କୁଟୀରଶିଳ୍ପ ହେଲାଭଳି ମନେହେଉଛି । ଗୋଟେ ପଟେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଛନ୍ତି । ଅନ୍ୟପଟେ ଗାଁ ଗହଳିରେ ମଦ ବିରୋଧରେ ପ୍ରତ୍ୟେକ ଦିନ ଥାନା ଘେରାଉ ଠାରୁ ଆରମ୍ଭ କରି ରାସ୍ତା ଅବରୋଧ କରାଯାଉଛି । ଗୁରୁବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବୌଦ୍ଧ ଆସି ଜିଲ୍ଲାପାଳଙ୍କ ସହ ମିଶି ଏସମ୍ପର୍କରେ ଆଲୋଚନା କରିଛନ୍ତି ।


ଜିଲ୍ଲାପାଳ, ଡିଏସପି, ଅବକାରୀ ଅଧିକାରୀ ପ୍ରମୁଖଙ୍କୁ ମହିଳାମାନେ ଭେଟି ସେମାନଙ୍କ ମଦ ଯୋଗୁଁ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏସମ୍ପର୍କରେ ମହିଳା ମାନେ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସେମାନେ ଚାନ୍ଦା ନେଇ ଚୁପ ବସୁଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ଅଞ୍ଚଳରୁ କୁଚିଆ ମଦଭାଟି ବନ୍ଦ କରାନଗଲେ ଆଗାମୀ ଦିନରେ ମହିଳା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details