ବୌଦ୍ଧ: କରଡିରେ ମଦ ବନ୍ଦ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଗାଁରୁ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅଡି ବସିଥିବାରୁ ଏସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
ଜିଲ୍ଲାରେ ଧିରେ ଧିରେ ତେଜିବାରେ ଲାଗିଛି ମଦବିରୋଧୀ ଆନ୍ଦୋଳନ । ଆଜି ଗୋଟିଏ ପଟରେ ଲୋକାୟୁକ୍ତ ବୌଦ୍ଧ ଗସ୍ତରେ ଥିବା ବେଳେ ଅନ୍ୟ ପଟରେ କରଡି ଗାଁର ଚଉଦଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି ।