ଓଡିଶା

odisha

ETV Bharat / state

ସହିଦ ସେନାଙ୍କ ସହ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମହିଳା

ସ୍ବାଧୀନତାର 75 ବର୍ଷ ପାଳନ ଉପଲକ୍ଷେ ଲୋକଙ୍କ ମଧ୍ୟରେ ଜାତୀୟତା ଭାବନା ଉଦ୍ରେଗ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛି ନେହେରୁ ଯୁବ କେନ୍ଦ୍ର । ଅଧିକ ପଢନ୍ତୁ...

ସହିଦ ସେନାଙ୍କ ସହ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମହିଳା
ସହିଦ ସେନାଙ୍କ ସହ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମହିଳା

By

Published : Apr 5, 2021, 1:25 PM IST

ବୌଦ୍ଧ:ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ବାଧୀନତାର 75 ବର୍ଷ ପାଳନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ରବିବାର ଆୟୋଜିତ କାର୍ଯ୍ୟକ୍ରମରେ ନକ୍ସଲ ଆକ୍ରମଣରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଦେଶ ସ୍ବାଧୀନରେ ନିଜ ସର୍ବସ୍ବ ତ୍ୟାଗ କରିଥିବା ବିପ୍ଲବୀଙ୍କୁ ସ୍ମରଣ କରାଯାଇଛି ।

ସହିଦ ସେନାଙ୍କ ସହ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମହିଳା

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନେହେରୁ ଯୁବ କେନ୍ଦ୍ର ଦେଶ ସ୍ଵାଧୀନର 75 ବର୍ଷ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସଙ୍ଗଠନ ପକ୍ଷରୁ ସାଧାରଣ ଲୋକଙ୍କ ମଧ୍ୟରେ ଜାତୀୟତାର ବହ୍ନି ପ୍ରଜ୍ବଳିତ ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ରବିବାର ବୌଦ୍ଧ ଆଦିବାସୀ ବସ୍ତିର ବାଳିକା ଓ ମହିଳାମାନଙ୍କୁ ନେଇ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ ଭାବରେ ସାଇକେଲ ଯାତ୍ରା, ପଦଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି ସହ ଦେଶ ମାତୃକାର ସେବା ପାଇଁ ଉତ୍ସର୍ଗୀକୃତ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ ଗାଁକୁ ଗାଁ ବୁଲି ସ୍ବାଧୀନତାର ବାର୍ତ୍ତା ଦିଆଯାଇଥିଲା ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details