ଓଡିଶା

odisha

ETV Bharat / state

ଘର ଉପରେ ମାଡିଗଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ଘର ଭିତରେ ପଶିଗଲା କାର । ଚାଲିଗଲା ମହିଳା ଜୀବନ । ବୌଦ୍ଧ ରାଧାନଗର ଗାଁରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ଘର ଉପରେ ମାଡିଗଲା କାର୍
women killed as car runs into her house

By

Published : May 14, 2023, 11:51 AM IST

Updated : May 14, 2023, 12:10 PM IST

ଘର ଉପରେ ମାଡିଗଲା କାର୍

ବୌଦ୍ଧ:ମୃତ୍ୟୁ କେତେବେଳେ ଆସିବ କାହାକୁ ବା ଜଣା । ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ । ଜାତୀୟ ରାଜପଥ କଡରେ ଥିବା ଘର ଭିତରେ ପଶିଗଲା କାର । ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ରାଧାନଗର ଗାଁରେ ଏହି ଭୟଙ୍କର ସଡ ଦୁର୍ଘଟଣା ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲେ । କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ।

ସୂଚନାଅନୁସାରେ, ବୌଦ୍ଧ ରାଧାନଗର ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନ ଗ୍ରାମରେ ରାସ୍ତାକଡରେ ଏକ ଘରେ ମହିଳା ଶୋଇଥିଲେ । ଅଚାନକ ଏକ କାର ଘର ଉପରେ ମାଡି ଯାଇଥିଲା । ଫଳରେ ଘରେ ଶୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ବର ପଟରୁ ବୌଦ୍ଧ ଅଭିମୁଖେ ଆସୁଥିବା ଏକ ଇନୋଭା କାର୍ ଭୋର ପ୍ରାୟ 5ଟା ସମୟରେ ଲୁହୁରାଗାଡିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ରାସ୍ତା କଡରେ ଥିବା ଏକ ଚାଳଘର ଉପରେ କାରଟି କଚାଡି ହୋଇ ପଡିବାରୁ ଘଟଣାସ୍ଥଳରେ ପାନେଶ୍ବରୀ ଧଳ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ଘଟାଇଥିବା ଇନୋଭା କାରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସ୍ଥାନୀୟ ଉତ୍ୟକ୍ତ ଗ୍ରାମବାସୀ 57 ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଅଡି ବସିଥିଲେ । ଘଟଣାର ଖବର ପାଇ ବୌଦ୍ଧ ଥାନା ଅଧିକାରୀ ତାଙ୍କ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥରେ ଅଟକି ରହିଥିବା ଶହ ଶହ ଗାଡିମୋଟର ଚଳାଚଳ ସ୍ବାଭାବିକ ହୋଇଥିଲା ।

ଏହା ବି ପଢନ୍ତୁ...Cyclone Mocha: ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁପାରେ ମୋକା, ୨୧୦ କିମି ରହିବ ପବନ ବେଗ

ଏହା ବି ପଢନ୍ତୁ...OJEE ପରୀକ୍ଷା ଦେବାକୁ କଟକ ଯାଇଥିଲେ, ଘରକୁ ଫେରିଲା ଛାତ୍ରଙ୍କ ମୃତଦେହ

ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବୌଦ୍ଧ ପଠାଯାଇଛି । ସରକାରୀ ନିୟମ ମୁତାବକ ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରାଯାଇଥିବା ନେଇ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ମାଧବାନନ୍ଦ ନାଏକ ସୂଚନା ଦେଇଛନ୍ତି । ବାରମ୍ବାର 57 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଯୋଗୁଁ ଅନେକ ସମୟରେ ଧନଜୀବନ କ୍ଷୟକ୍ଷତି ଘଟୁଥିବାରୁ ଏନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : May 14, 2023, 12:10 PM IST

ABOUT THE AUTHOR

...view details