ଓଡିଶା

odisha

ETV Bharat / state

ସୁଧାର ଗୃହରେ ଅସୁରକ୍ଷିତ ମହିଳା ଅନ୍ତେବାସୀ - ମହିଳା ଅନ୍ତେବାସିନୀଙ୍କୁ ଅସଦାଚରଣ

ସୁଧାର ଗୃହରେ ଜଣେ ମହିଳା ଅନ୍ତେବାସିନୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ସୁଧାର ଗୃହରେ ରାତିରେ ସୁରକ୍ଷା ଯୋଗାଇ ଦିଆଯାଇଛି ।

ଫଟୋ ସୌଜନ୍ୟ :ପ୍ରତିନିଧି, ବୌଦ୍ଧ

By

Published : Sep 17, 2019, 11:43 PM IST

ବୌଦ୍ଧ: ସୁଧାର ଗୃହରେ ଅସୁରକ୍ଷିତ ମହିଳା ଅନ୍ତେବାସୀ । ମଧ୍ୟରାତ୍ରିରେ ଜଣେ ଅନ୍ତେବାସିନୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗାଁ ନିକଟରେ ଥିବା ସୁଧାର ଗୃହରେ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ବୌଦ୍ଧ

ସମାଜରେ ନିଷ୍ପେଷିତ, ପୀଡିତ ଓ ନିର୍ଯ୍ୟାତିତ ଅସହାୟ ମହିଳାଙ୍କ ସୁରକ୍ଷା ଓ ଥଇଥାନ ନିମନ୍ତେ ଏହି ସୁଧାର ଗୃହ ଉଦ୍ଦିଷ୍ଟ । ଆଶ୍ରସ୍ବ ଅନୁଷ୍ଠାନ ପକ୍ଷରୁ ପରିଚାଳିତ ଏହି ସୁଧାର ଗୃହରେ ଏବେ27 ଜଣ ଅନ୍ତେବାସିନୀ ରହିଛନ୍ତି । କିନ୍ତୁ ହଠାତ୍ ଏହି ଅଘଟଣ ସମସ୍ତଙ୍କୁ ଆଶ୍ଟର୍ଯ୍ୟଚକିତ କରିଛି ।

ସୂଚନାନୁସାରେ, ଗତ 13 ତାରିଖ ରାତିରେ ଗୃହର ଜଣେ ଅନ୍ତେବାସିନୀ ବାହାରକୁ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଅସଦାଚରଣ ସହ ଆକ୍ରମଣ କରିଥିଲେ । ଏନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ପୂର୍ବରୁ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଗଣ୍ଡଗୋଳ ମାମଲାର ବିଚାରଧୀନ ରହିଛି । ତେବେ ଦୁଇ ପରିବାରର ତିକ୍ତତା ଯୋଗୁଁ ଏଭଳି ଘଟଣା ଘଟିଛି ନା ଏହା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି ତାହା ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

ପ୍ରକାଶ ଥାଇ କି, ଉକ୍ତ ସୁଧାର ଗୃହରେ ପାଚେରୀ କିମ୍ବା ଫାଟକ ନଥିବାରୁ ଅଧିକାଂଶ ସମୟରେ ଅସାମାଜିକଙ୍କ ଦୌରାତ୍ମ୍ୟ ହେଉଥିବା ଅଭିଯୋଗ ହୋଇଆସୁଛି । ଉକ୍ତ ଘଟଣା ପରେ ବୌଦ୍ଧ ପୋଲିସ ପକ୍ଷରୁ ସେଠାରେ ରାତିରେ ସୁରକ୍ଷା ଯୋଗାଇ ଦିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details