ଓଡିଶା

odisha

ETV Bharat / state

ଶୌଚ ହେବାକୁ ଯାଇ ସାପ କାମୁଡାରେ ମହିଳା ମୃତ

ଶୌଚ ହେବାକୁ ଯିବା ହେଲା କାଳ । ସାପ କାମୁଡାରେ ମହିଳା ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ ।

By

Published : Oct 3, 2019, 11:27 PM IST

ଶୌଚ ହେବାକୁ ଯାଇ ସାପ କାମୁଡାରେ ମହିଳା ମୃତ

ବୌଦ୍ଧ: ଶୌଚ ହେବାକୁ ଯାଇ ସାପ କାମୁଡାରେ ମହିଳା ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ରାମଗଡ ପଞ୍ଚାୟତ ଅନ୍ତର୍ଗତ ପରଗଳପୁର ଗାଁରେ । ମୃତକ ହେଲେ ସଙ୍ଗୀତା ମହାକୁଡ ।

ଶୌଚ ହେବାକୁ ଯାଇ ସାପ କାମୁଡାରେ ମହିଳା ମୃତ

ସୂଚନା ଅନୁଯାୟୀ, ଘରେ ଶୌଚାଳୟ ନଥିବାରୁ ସଙ୍ଗୀତା ଗାଁ ନିକଟସ୍ଥ ହୁଡାକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବୌଦ୍ଧ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ପରିବେଶକୁ ଖୋଲାରେ ଶୌଚମୁକ୍ତ କରିବା ପାଇଁ ସରକାର ଡିଣ୍ଡିମ ପିଟି ଚାଲିଛନ୍ତି । ଏପରିକି ପ୍ରତି ଘରେ ଘରେ ସରକାରଙ୍କ ତରଫରୁ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଉଛି । ହେଲେ ଘରେ ଶୌଚାଳୟ ନଥିବା ଅକାଳରେ ଚାଲିଗଲା ଏକ ଅମୂଲ୍ୟ ଜୀବନ । ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଘରେ ଘରେ ଶୌଚାଳୟ ନିର୍ମାଣ କରିବା ଯୋଜନା ପ୍ରକୃତରେ କାହା ପାଇଁ ?


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details