ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ମହିଳା ଗୁରୁତର - ଜଙ୍ଗଲ ବିଭାଗ କର୍ମଚାରୀ

ଅନୁଗୋଳ ଜିଲ୍ଲାରେ ଚାଷକାମ କରିବାକୁ ଯାଇଥିବା ସମୟରେ ତିନୋଟି ଭାଲୁ ଆକ୍ରମଣରେ ଗୁରୁତର ମହିଳା । ବନବିଭାଗ କର୍ମଚାରୀ ନପହଞ୍ଚିବା ଯୋଗୁଁ ଗୁରୁତର ମହିଳାଙ୍କୁ ଗ୍ରାମବାସୀ ଅଟୋରେ ଆଣି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ........

ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

By

Published : Oct 11, 2019, 6:30 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାର ପଡୋଶୀ ଅନୁଗୋଳ ଜିଲ୍ଲାର ବାସୁଦେବପୁର ପଞ୍ଚାୟତରେ ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଚାଷକାମ କରିବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣରେ ଗୁରୁତର ମହିଳା । ଦୀର୍ଘ ସମୟ ଅପେକ୍ଷା କରିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ପରେ ନପହଞ୍ଚିବା ଯୋଗୁଁ ଗୁରୁତର ମହିଳାଙ୍କୁ ଅଟୋରେ ଆଣି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବୌଦ୍ଧ : ଭାଲୁ ଆକ୍ରମଣରେ ଗୁରୁତର ମହିଳା

ଅନୁଗୋଳ ଜିଲ୍ଲା ବାସୁଦେବପୁର ପଞ୍ଚାୟତର ନକଟିଦେଉଳ ଗାଁର ବିମଳ ପେରେକ(୫୦) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ନକଟିଦେଉଳ ଗାଁର ବିମଳ ଶୁକ୍ରବାର ସକାଳ ପ୍ରାୟ ସାତଟା ବେଳେ ନିଜ ଜମିକୁ ଘାସ ବାଛିବା ପାଇଁ ଯାଇଥିଲା ବେଳେ ତିନୋଟି ଭାଲୁ ଏକା ସହ ଅତର୍କିତ ଆକ୍ରମଣ କରିଛନ୍ତି । ଭାଲୁଙ୍କ ସହ ତାଙ୍କର ଧସ୍ତାଧସ୍ତି ହେବାରୁ ଦୁଇଟି ଭାଲୁ ଚାଲିଯାଇଥିଲେ ମଧ୍ୟ ଗୋଟିଏ ଭାଲୁ ବିମଳଙ୍କ ମୁଣ୍ଡ ,ଗୋଡ,ହାତ ଓ ପେଟକୁ ଆକ୍ରମଣ କରି ଚିରି ପକାଇଛି ।

ଫଳରେ ଭାଲୁ ଆକ୍ରମଣରେ ସେ ଗୁରୁତର ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି । ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳରେ ନପହଞ୍ଚିବାରୁ ଲୋକେ ଗୁରୁତର ବିମଳଙ୍କୁ ଏକ ଅଟୋ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏହି ଅତ୍ୟନ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details