ଓଡିଶା

odisha

ETV Bharat / state

ଅବକାରୀ ଶୁଣିଲାନି, ପୋଲିସ ସହାୟତାରେ ମହିଳା ନଷ୍ଟ କଲେ 3.5 କ୍ବିଣ୍ଟାଲ ପୋଚ - ହିଳା ନଷ୍ଟ କଲେ 3.5 କ୍ବିଣ୍ଟାଲ ପୋଚ

ବୌଦ୍ଧ ଜିଲ୍ଲା କରଡି ଗାଁ ମହିଳାମାନେ ଏକତ୍ରିତ ହୋଇ ପୋଲିସ ସହାୟତାରେ ଲକ୍ଷ ଲକ୍ଷ ଟଙ୍କାର ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ କରିଛନ୍ତି । ମହିଳା ମାନଙ୍କ ଏଭଳି ପଦକ୍ଷେପ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲିଟିଛି । ଅଧିକ ପଢନ୍ତୁ...

Woman destroyed 3.5 quintal alcohol through police
ଅବକାରୀ ଶୁଣିଲାନି, ପୋଲିସ ସହାୟତାରେ ମହିଳା ନଷ୍ଟ କଲେ 3.5 କ୍ବିଣ୍ଟାଲ ପୋଚ

By

Published : May 9, 2020, 11:22 AM IST

ବୌଦ୍ଧ: ମହାନଦୀର ବାଲି ଟାପୁରେ ଚାଲିଛି ବ୍ୟାପକ ମଦ ପ୍ରସ୍ତୁତି । ବାରମ୍ବାର ଅବକାରୀ ବିଭାଗକୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବୌଦ୍ଧ ଜିଲ୍ଲା କରଡି ଗାଁ ମହିଳାମାନେ ଏକତ୍ରିତ ହୋଇ ପୋଲିସ ସହାୟତାରେ ଲକ୍ଷ ଲକ୍ଷ ଟଙ୍କାର ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ କରିଛନ୍ତି । କେତେକ ମଦ ବେପାରୀ ଚୋରାରେ ମଦ ପ୍ରସ୍ତୁତ ପାଇଁ ଏଭଳି ବାଲୁକା ଶଯ୍ୟାରେ ମଦ ତିଆରି ସାମଗ୍ରୀକୁ ପୋତି ବ୍ୟବସାୟ ଚଳାଇଥିଲେ । କିନ୍ତୁ ଏବେ ମହିଳା ମାନେ ଉତ୍ତ୍ୟକ୍ତ ହୋଇ ପୋଲିସର ସହାୟତାରେ ସେଗୁଡିକ ନଷ୍ଟ କରିଛନ୍ତି ।

ଅବକାରୀ ଶୁଣିଲାନି, ପୋଲିସ ସହାୟତାରେ ମହିଳା ନଷ୍ଟ କଲେ 3.5 କ୍ବିଣ୍ଟାଲ ପୋଚ

ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର କରଡି ଗାଁ ଦିନେ ଚମ୍ପେଶ୍ବର ଶୈବ ପୀଠ ନିମନ୍ତେ ପ୍ରସିଦ୍ଧି ଲାଭ କରିଥିଲା । କିନ୍ତୁ ଏବେ ଚୋରା ମଦ ବେପାରୀଙ୍କ ଯୋଗୁଁ ଏହି ଗାଁ ର ନା ବଦନାମ । ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ କେହି ପୁରୁଷ ଆଗକୁ ନ ଆସିବାରୁ ଗାଁ ଓ୍ବାର୍ଡ ସଭ୍ୟାଙ୍କ ନେତୃତ୍ୱରେ ମହିଳା ମାନେ ବୌଦ୍ଧ ପୋଲିସ ସହାୟତାରେ ନଦୀ ଗର୍ଭରେ ଥିବା ପ୍ରାୟ ସାଢେ ତିନି କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ମହୁଲ ପୋଚ ଓ ଅନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି। ପୂର୍ବରୁ ଗାଁ ର ମହିଳା ମାନେ ବାରମ୍ବାର ଏ ସମ୍ପର୍କରେ ଅବକାରୀ ବିଭାଗକୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏବେ ମହିଳା ମାନଙ୍କ ଏଭଳି ପଦକ୍ଷେପ ସବୁଆଡେ ଚର୍ଚ୍ଚାର ବିଷୟ ପାଲିଟିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details