ବୌଦ୍ଧ:ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଦିନିକିଆ ବୌଦ୍ଧ ଗସ୍ତରେ ଆସିଛନ୍ତି । ପ୍ରଥମେ ଜିଲ୍ଲା ସଂଗ୍ରହାଳୟ ବୁଲି ଦେଖିବା ପରେ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଏଥିସହ ଜିଲ୍ଲାର ଉନ୍ନତିକରଣ ଦିଗରେ ଆଲୋଚନା କରିଛନ୍ତି ।
ଦିନିକିଆ ବୌଦ୍ଧ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୂଚନା ଅନୁଯାୟୀ ଆଜି(ଗୁରୁବାର) ଦିନିକିଆ ବୌଦ୍ଧ ଗସ୍ତରେ ଆସିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ । ଏହି ଅବସରରେ ସେ ପ୍ରଥମେ ଐତିହାସିକ ଜିଲ୍ଲା ସଂଗ୍ରହାଳୟ ବୁଲି ଦେଖିଛନ୍ତି । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସରକାରଙ୍କ କଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଥିଲେ । ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ବିଶେଷ ଭାବରେ ଆତ୍ମ ନିଯୁକ୍ତି, ମତ୍ସ୍ୟଚାଷ, ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ ସର୍ବୋପରି ବୌଦ୍ଧ ପ୍ରସିଦ୍ଧ ବାନ୍ଧକଳାକୁ କିଭଳି ଆହୁରି ଅଧିକ ବ୍ୟବସାୟୀକରଣ ତଥା ଉନ୍ନତି କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ