ଓଡିଶା

odisha

ETV Bharat / state

ସମୀକ୍ଷାର 24 ଘଣ୍ଟା ନପୁରୁଣୁ ପୁଣି ଘାଣ୍ଟୁଛି ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା - ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ 5T ସଚିବଙ୍କ ଗସ୍ତ

ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଗସ୍ତ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ। ହେଲେ ଗସ୍ତର 24 ଘଣ୍ଟା ନପୁରୁଣୁ ଏହି ଡାକ୍ତରଖାନାରେ ମୁଣ୍ଡ ଟେକିଛି ଅନେକ ଅସୁବିଧା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Oct 12, 2019, 2:45 PM IST

Updated : Oct 12, 2019, 2:52 PM IST

ବୌଦ୍ଧ: ରାଜ୍ୟରେ ଜୋରସୋରରେ ଚାଲିଛି ସ୍ବାସ୍ଥ୍ୟ ସୁବିଧାର ଯାଞ୍ଚ ପ୍ରକ୍ରିୟା । 5T ସଚିବ ଭିକେ ପାଣ୍ଡିଆନ କରୁଛନ୍ତି ବିଭିନ୍ନ ଜିଲ୍ଲା ଡାକ୍ତରଖାନା ଗସ୍ତ । ଏହି ଗସ୍ତ ମଧ୍ୟରେ ରହିଥିଲା ଶୁକ୍ରବାରର ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଗସ୍ତ । ଏହି ଗସ୍ତରେ ସବୁ କିଛି ଠିକଠାକ ଥିବା ଦର୍ଶାଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ହେଲେ ଗସ୍ତର 24 ଘଣ୍ଟା ନପୁରୁଣୁ ଏହି ଡାକ୍ତରଖାନାରେ ମୁଣ୍ଡ ଟେକିଛି ଅନେକ ଅସୁବିଧା ।

5T ସଚିବଙ୍କ ଗସ୍ତ ସମୟରେ ଡାକ୍ତରଖାନାରେ ରଙ୍ଗ ବୋଳାଯାଇ ଫୁଲକୁଣ୍ଡ ଆଦି ସଜାଯାଇ ପରିବେଶକୁ ଗୋଟିଏ ଦିନ ପାଇଁ ହେଉ ପଛେ ସ୍ବଚ୍ଛ ରଖାଯାଇଥିଲା । ଏପରିକି ଡାକ୍ତରଖାନା ବାହାରେ ଥିବା ପାଥୋଲାବ ଓ କ୍ଲିନିକଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । କିନ୍ତୁ ଶୁକ୍ରବାର ଦିନ ଓ ଶନିବାର ସକାଳର ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ପୁଣି ତଳ ବାରଣ୍ଡାରେ ନବଜାତ ଶିଶୁ ଓ ପ୍ରସୂତୀ ଗଡୁଥିବା ଦେଖିବାକୁ ମିଳିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

କୌଣସି ରୋଗ ନିରୂପଣ ପରୀକ୍ଷା ବାହାରେ ନହୋଇ ଡାକ୍ତରଖାନାରେ କରାଯିବାକୁ ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ ଶନିବାର ରକ୍ତ ପରୀକ୍ଷା ନହୋଇପାରି ଅନେକ ରୋଗୀଙ୍କୁ ଫେରାଇ ଦିଆଯାଇଥିଲା । ଫଳରେ ଅନେକ ନିଜ ଭାଗ୍ୟକୁ ଆଦରି ଆସନ୍ତା ସୋମବାର ପର୍ଯ୍ୟନ୍ତ ଏଚଆଇଭି ରକ୍ତ ପରୀକ୍ଷା ପାଇଁ ଅପେକ୍ଷା କରିଛନ୍ତି ।

ଏନେଇ ଇଟିଭି ଭାରତ ପକ୍ଷରୁ ଏଡିଏମଓଙ୍କୁ ଯୋଗାଯୋଗ କରିବାରୁ ଶୁକ୍ରବାର ଓ ଶନିବାର ଦୁଇ ଦିନ ଛୁଟି ଥିବାରୁ ଏଭଳି ଅସୁବିଧାକୁ ସେ ସ୍ବୀକାର କରିଥିଲେ । ଏପଟେ ଯଦି ବାହାରେ ଲ୍ୟାବ ଓ ଡାକ୍ତରଖାନାରେ ଲ୍ୟାବ ବନ୍ଦ ରହିବ, ତେବେ ଜରୁରୀ ରୋଗୀଙ୍କ ରକ୍ତ ପରୀକ୍ଷା ହେବ କିପରି ବୋଲି ପ୍ରଶ୍ନ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Oct 12, 2019, 2:52 PM IST

ABOUT THE AUTHOR

...view details