ଓଡିଶା

odisha

ETV Bharat / state

ବୌଦ୍ଧରେ ଜଳୁଛି ଜଙ୍ଗଲ, ସଙ୍କଟରେ ବନ୍ୟଜନ୍ତୁ - forest fire in boudh

ଜଙ୍ଗଲରେ ନିଆଁଲାଗିବା ଯୋଗୁଁ ସଙ୍କଟରେ ବନ୍ୟଜନ୍ତୁ । ସେପଟେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ ବର୍ଷା ଏପରିକି କେତେକ ସ୍ଥାନରେ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ...

ଜଙ୍ଗଲ ନିଆଁ ଯୋଗୁଁ ଶଙ୍କଟରେ ବନ୍ୟଜନ୍ତୁ, ଗଭୀର ଉଦବେଗ ପ୍ରକାଶ
ଜଙ୍ଗଲ ନିଆଁ ଯୋଗୁଁ ଶଙ୍କଟରେ ବନ୍ୟଜନ୍ତୁ, ଗଭୀର ଉଦବେଗ ପ୍ରକାଶ

By

Published : Apr 4, 2021, 6:51 AM IST

ବୌଦ୍ଧ: ଜଙ୍ଗଲରେ ନିଆଁଲାଗିବା ଯୋଗୁଁ ସଙ୍କଟରେ ବନ୍ୟଜନ୍ତୁ । ସେପଟେ ଶନିବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ ବର୍ଷା ଏପରିକି କେତେକ ସ୍ଥାନରେ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା ।

ଜଙ୍ଗଲ ନିଆଁ ଯୋଗୁଁ ଶଙ୍କଟରେ ବନ୍ୟଜନ୍ତୁ, ଗଭୀର ଉଦବେଗ ପ୍ରକାଶ

ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ପରିବେଶବିତ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବୌଦ୍ଧ ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ଗତ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେଲା ନିଆଁ ଲାଗିଛି ଯେ, ଲିଭିବାର ନାଁ ଧରୁନି । ଅନେକ ସ୍ଥାନରେ ବନ କର୍ମଚାରୀ, ବନ ସୁରକ୍ଷା ସମିତି ଓ ସ୍ଥାନୀୟ ଲୋକଙ୍କ ଯୋଗୁଁ ନିଆଁ ଉପରେ ଆୟତ୍ତ କରାଯାଇ ପାରୁଛି ।

ଜଙ୍ଗଲ ନିଆଁ ଯୋଗୁଁ ଶଙ୍କଟରେ ବନ୍ୟଜନ୍ତୁ, ଗଭୀର ଉଦବେଗ ପ୍ରକାଶ

ତଥାପି ମଧ୍ୟ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ବ୍ୟାପକ ବୃକ୍ଷରାଜି ସହ ବନ୍ୟଜନ୍ତୁ ସଙ୍କଟରେ ପଡିଯାଇଛନ୍ତି । ଏନେଇ ଠିକରେ ଜନ ସଚେତନତା କରାଯାଇ ପାରିନଥିବା ଖୋଦ ପୂର୍ବତନ ଓ୍ବାଇଲ୍ଡ ଲାଇଫ ଓ୍ବାଡେନ କହିଛନ୍ତି ।

ଜଙ୍ଗଲ ନିଆଁ ଯୋଗୁଁ ଶଙ୍କଟରେ ବନ୍ୟଜନ୍ତୁ, ଗଭୀର ଉଦବେଗ ପ୍ରକାଶ

ସେପଟେ ଶୁକ୍ରବାର କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ସୌରୀବେଙ୍ଗସ ଜଙ୍ଗଲରେ ନିଆଁ ବ୍ୟାପିବା ପୂର୍ବରୁ ଜଣେ ସ୍ଥାନୀୟ ଯୁବ ସ୍ବେଚ୍ଛାସେବୀ ମନଧର କର୍ମୀଙ୍କ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସବୁଠାରୁ ବଡ଼ ଆଶ୍ବସ୍ତିକର ବିଷୟ ହେଲା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡତୋଫାନ ସହିତ ବର୍ଷା ହୋଇଥିଲା । ବିଶେଷ ଭାବରେ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଚାରିଛକ, ପୁରୁଣାକଟକ ଭଳି ଅଞ୍ଚଳରେ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details