ଓଡିଶା

odisha

ETV Bharat / state

ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ବନ୍ୟଜନ୍ତୁ, ଆତଙ୍କିତ ଲୋକେ - ଖାଦ୍ୟ ଅନ୍ବେଷଣ ବନ୍ୟଜନ୍ତୁଙ୍କ ଆତଙ୍କ

ଜିଲ୍ଲାରେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଫଳରେ ଗତ ତିନି ଦିନ ମଧ୍ୟରେ ଉଭୟ ମଣିଷ ଓ ଜନ୍ତୁ ବିପଦରେ ପଡିଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀ ଓ ଅଧିକାରୀ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ଉକ୍ତ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

ବୌଦ୍ଧରେ ଖାଦ୍ୟ ଅନ୍ବେଷଣ ବନ୍ୟଜନ୍ତୁଙ୍କ ଆତଙ୍କ
ବୌଦ୍ଧରେ ଖାଦ୍ୟ ଅନ୍ବେଷଣ ବନ୍ୟଜନ୍ତୁଙ୍କ ଆତଙ୍କ

By

Published : Oct 22, 2020, 1:01 PM IST

ବୌଦ୍ଧ: ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଜନବସତିରେ ପହଞ୍ଚି ଲୋକମାନଙ୍କୁ କ୍ଷତାକ୍ତ କରୁଥିବା ଘଟଣା ସାମନାକୁ ଆସିଛି । ଗତ ତିନି ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟଜନ୍ତୁ ପଶି ଲୋକମାନଙ୍କୁ ହାନି ପହଞ୍ଚାଇବା ସହିତ ନିଜେ ମଧ୍ୟ ବିପଦରେ ପଡିଥିବାର ସୂଚନା ମିଳିଛି ।

ବୌଦ୍ଧରେ ଖାଦ୍ୟ ଅନ୍ବେଷଣ ବନ୍ୟଜନ୍ତୁଙ୍କ ଆତଙ୍କ

ସୂଚନା ମୁତାବକ, ଗତ ତିନି ଦିନ ମଧ୍ୟରେ ଜିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜିଲ୍ଲାର ତଳଗାଁ ପଞ୍ଚାୟତ କାତର୍ଡା ଗ୍ରାମର ଜନୈକ ପରିବାର ରୋଷେଇ ସାରି ଖାଇବାକୁ ବସୁଥିଲା ବେଳେ ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ବେଷଣରେ ଚାଲିଆସି ଦୁଇ ଜଣ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ବୃଦ୍ଧ ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ତେବେ ସେମାନଙ୍କୁ କ୍ଷତାକ୍ତ ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସେହିପରି ଗତକାଲି ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଡମ୍ବରୁଗଡ ଜଙ୍ଗଲ ଅଞ୍ଚଳରୁ ତିନୋଟି ବାରହା ଖାଦ୍ୟ ଅନ୍ବେଷଣରେ ଚାଲିଆସି କଙ୍କଲା ନିକଟସ୍ଥ ଜମିରେ ଖୋଳା ଯାଇଥିବା ଏକ କୂଅରେ ପଡିଯାଇଥିଲେ । ଖବର ପାଇ ଜିଲ୍ଲା ଜଙ୍ଗଲ ବିଭାଗ କର୍ମଚାରୀ ଓ ଅଧିକାରୀ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ବାରହାମାନଙ୍କୁ ଉଦ୍ଧାର କରିଥିଲେ । ତେବେ ବନ୍ୟଜନ୍ତୁ ଖାଦ୍ୟ ଅଭାବରୁ ଜନବସତି ମୁହାଁ ହେଉଥିବାରୁ ସାଧାରଣରେ ଓ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details