ଓଡିଶା

odisha

ETV Bharat / state

ବୌଦ୍ଧରେ ବଢୁଛି ଜଙ୍ଗଲ କ୍ଷୟ, ଜନବସତି ମୁହାଁ ବନ୍ୟଜନ୍ତୁ

ବୌଦ୍ଧ ଜିଲ୍ଲାରେ ବ୍ୟାପକ ପରିମାଣରେ ଗଛକଟା ହେଉଥିବା ଯୋଗୁଁ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : Jan 29, 2021, 11:57 AM IST

Wild animals came to population area due to large number of tree cutting in Boudh
ବୌଦ୍ଧରେ ବଢୁଛି ଜଙ୍ଗଲ କ୍ଷୟ, ଜନବସତି ମୁହାଁ ବନ୍ୟଜନ୍ତୁ

ବୌଦ୍ଧ: ଜିଲ୍ଲାରେ ଦ୍ରୁତ ଗତିରେ କ୍ଷୟ ହେବାରେ ଲାଗିଛି ଜଙ୍ଗଲ । ଯାହା ଫଳରେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ତେବେ ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ଉଦବେଗ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ବୌଦ୍ଧରେ ବଢୁଛି ଜଙ୍ଗଲ କ୍ଷୟ, ଜନବସତି ମୁହାଁ ବନ୍ୟଜନ୍ତୁ

ବୌଦ୍ଧ ବନଖଣ୍ଡ ଅଧିନରେ ଥିବା 5ଟି ରେଞ୍ଜର ଅନେକ ଜଙ୍ଗଲରେ ବର୍ତ୍ତମାନ ଅବାଧରେ ଗଛକାଟି ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ବିଶେଷ ଭାବରେ କଣ୍ଟାମାଳ, ମନମୁଣ୍ଡା ଓ ବୌଦ୍ଧ ରେଞ୍ଜ ଅଧୀନରେ ଅନେକ ଜଙ୍ଗଲରୁ ବ୍ୟାପକ ଗଛକଟା ହେଉଥିବା ସୂଚନା ମିଳିଛି । ଏନେଇ ବନ ବିଭାଗର ସ୍ବତନ୍ତ୍ର ଟାସ୍କଫୋର୍ସ କିଛି ଦିନ ତଳେ କେତେକ କାଠ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଜଙ୍ଗଲରେ ଗଛକଟା ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଜଣାପଡିଛି ।

ସେପଟେ ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟଜନ୍ତୁମାନେ ବାସହରା ହୋଇପଡୁଛନ୍ତି । ଫଳରେ ଖାଦ୍ୟ ଅନ୍ବେଷଣରେ ସମୟ ସମୟରେ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡା ଜଙ୍ଗଲ ଅଞ୍ଚଳରେ ପ୍ରାୟ 20ଟି ଛୋଟବଡ ହାତୀ ବର୍ଷ ତମାମ ଚଳପ୍ରଚଳ ସହ ଜନବସତି ଆଡକୁ ଚାଲି ଆସୁଛନ୍ତି । ସେହିପରି ଗତକିଛି ଦିନ ତଳେ ଜବାହାର ନବୋଦୟ ବିଦ୍ୟାଳୟ ପରିସରକୁ ଏକ ଭାଲୁ ପଶି ଆସିବାରୁ ସମସ୍ତେ ଆତଙ୍କିତ ହୋଇପଡିଥିଲେ । ସେପଟେ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରୁ ଶାଗୁଆନ ଗଛକଟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details