ବୌଦ୍ଧ: ଉପାନ୍ତ ଗ୍ରାମରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ପଞ୍ଚାୟତଗୁଡିକରେ ବ୍ୟାପକ ଦୁର୍ନୀତି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉ ଥିବାବେଳେ ଅନେକ ଲୋକଙ୍କ ନିକଟରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରଙ୍କ କଲ୍ୟାଣକାରୀ ଯୋଜନା - ଦୁର୍ନୀତି ବୌଦ୍ଧ
ବୌଦ୍ଧ ଜିଲ୍ଲା ଉପାନ୍ତ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ । ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି । ଅଧିକ ପଢନ୍ତୁ...
ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଘିଆପଡା, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ ଭଳି ପଞ୍ଚାୟତର ଅନେକ ଗ୍ରାମକୁ ସବୁଦିନିଆ ରାସ୍ତା ଅଭାବ ସାଙ୍ଗକୁ ଆବାସ ଗୃହ, ପାନୀୟଜଳ, ରାସନ କାର୍ଡ, ସାମାଜିକ ସୁରକ୍ଷା ଯୋଜନା ଠିକରେ ହିତାଧିକାରୀଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି । ଏଥିପାଇଁ ମୁଖ୍ୟତଃ ପଞ୍ଚାୟତରେ ବ୍ୟାପକ ଦୁର୍ନୀତିକୁ ଦାୟୀ କରାଯାଇଛି ।ଆମ୍ବଝରୀ ପଞ୍ଚାୟତରେ କନ୍ଧ ସମ୍ପ୍ରଦାୟର ଲୋକ ଆବାସ ଯୋଜନାରୁ ବଞ୍ଚିତ ଥିବାବେଳେ ବଘିଆପଡା ଓ ଟିକରପଡା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।
ସେପଟେ ବର୍ତ୍ତମାନ ଲକଡାଉନ ସମୟରେ ପଞ୍ଚାୟତର ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ସରକାର ଏନଆରଇଜିଏସ ମାଧ୍ୟମରେ ବନ୍ଧ କାମ ଯୋଗାଇ ଥିଲେ ମଧ୍ୟ ପଞ୍ଚାୟତ ପକ୍ଷରୁ ଏସମସ୍ତ କାର୍ଯ୍ୟ ମେସିନ ମାଧ୍ୟମରେ କରାଯାଉଥିବାରୁ ଶ୍ରମିକମାନେ ଗଭୀର ପ୍ରଭାବିତ ହେଉଛନ୍ତି । ଫଳରେ ଏସବୁ ଅଞ୍ଚଳରୁ ଦାଦନ ଖଟିବାକୁ ଶ୍ରମିକମାନେ ବାହାର ରାଜ୍ୟକୁ ଯାଉଛନ୍ତି । ଏନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏସବୁ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ