ବୌଦ୍ଧ: ଶୀତ ଋତୁ ପ୍ରବେଶ(BOUDH WINTER) ହୋଇସାରିଥିବା ବେଳେ ବର୍ତ୍ତମାନ ସାରା ଜିଲ୍ଲା ଘନ କୁହୁଡିରେ(Foggy Boudh) ଆଚ୍ଛାଦିତ ହୋଇଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ ବୌଦ୍ଧ ଜିଲ୍ଲାର ସର୍ବତ୍ର କୁହୁଡି ଛାଇ ରହିବା ପରେ ବିଭିନ୍ନ ମନୋରମ ପୂର୍ଣ୍ଣ ସ୍ଥାନର ସୌନ୍ଦର୍ଯ୍ୟ ଆହୁରି ବୃଦ୍ଧି ପାଇଛି ।
BOUDH WINTER: କୁହୁଡି ଚାଦରରେ ଘୋଡି ହୋଇ ଶୀତକୁ ସ୍ବାଗତ କରୁଛି ବୌଦ୍ଧ
ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଚାଲିଯିବା ପରେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାକୁ ଶୀତ ଛୁଇଁଛି(BOUDH WINTER) । ଆଉ ପହିଲି ଶୀତକୁ ସ୍ୱାଗତ କରିବା ସହ ସକାଳର ଘନ କୁହୁଡିଆ ପାଗ କୋହଲା ଶୀତ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଛନ୍ତି ଲୋକେ । ଅଧିକ ପଢନ୍ତୁ
BOUDH WEATHER UPDATE: ପ୍ରକୃତି ରାଣୀର ଶୋଭା ବଢାଉଛି ଘନ କୁହୁଡିର ଚାଦର
ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ଅନ୍ୟାନ୍ୟ ଉପନଦୀର ଉପତ୍ୟକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇସାରିଲାଣି । ଫଳରେ ପକ୍ଷୀଙ୍କ କଳରବ ଓ ଶୀତୁଆ ସକାଳର ମଜା ନେବାକୁ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟକଙ୍କ ଭିଡ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ତେଲନଦୀ ତଟରୁ ନେଇ ସାତକୋଶିଆ ଗଣ୍ଡ ପର୍ଯ୍ୟନ୍ତ, ସୁବିସ୍ତୃତ ଅଞ୍ଚଳରେ ଘନ କୁହୁଡି ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି କବି ଓ ଭାବୁକ ହୋଇଛନ୍ତି ଆନମନା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ