ଓଡିଶା

odisha

ETV Bharat / state

ତାତି ସହ ବଢୁଛି ତରଭୁଜର ଚାହିଦା - heat

ବୌଦ୍ଧରେ ଖରାଦିନେ ଉତ୍ପାଦିତ ତରଭୁଜର ଚାହିଦା ବେଶ ବଢିବାରେ ଲାଗିଛି। କେବଳ ଜିଲ୍ଲା ନୁହେଁ ବରଂ ସାରା ରାଜ୍ୟରେ ଏହା ସୃଷ୍ଟି କରି ପାରିଛି ଏକ ସ୍ବତନ୍ତ୍ର ପରିଚୟ।

ଫଟୋ ସୌଜନ୍ୟ: ପ୍ରତିନିଧି,  ବୌଦ୍ଧ

By

Published : Apr 12, 2019, 10:29 AM IST

ବୌଦ୍ଧ: ଜଳବାୟୁ ସହ ଉଭୟ ଖରିଫ ଓ ରବି ଫସଲ ପାଇଁ ଅତ୍ୟନ୍ତ ଉପଯୋଗୀ ମହାନଦୀ ତଟରେ ଅବସ୍ଥିତ ବୌଦ୍ଧ ଜିଲ୍ଲା। ଜିଲ୍ଲାରେ ତେଲ,ଲକ୍ଷ୍ମୀ, ସାଲୁଙ୍କୀ,ବାଘ,ମେହେରୁଣୀ ଭଳି ଅନେକ ନଦୀ ନାଳ ପ୍ରବାହିତ ହେଉଥିବାରୁ ଏଠାକାର ପନିପରିବା ଓ ଋତୁ କାଳୀନ ଫଳମୂଳ ଫସଲର ବେଶ ଚାହିଦା ରହିଛି। ଏହି କ୍ରମରେ ବୌଦ୍ଧରେ ଖରାଦିନେ ଉତ୍ପାଦିତ ତରଭୁଜର ଚାହିଦା ବେଶ ବଢିବାରେ ଲାଗିଛି। କେବଳ ଜିଲ୍ଲାରେ ନୁହେଁ ପୁରା ରାଜ୍ୟରେ ଏହା ସୃଷ୍ଟି କରି ପାରିଛି ଏକ ସ୍ବତନ୍ତ୍ର ପରିଚୟ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଜାତୀୟ ରାଜପଥ କଡରେ ଗଦା ଗଦା ହୋଇ ବିକ୍ରି ହେଉଛି ତରଭୁଜ। ଗ୍ରୀଷ୍ମ ବଢିବା ସହ ଏହାର ଚାହିଦା ମଧ୍ୟ ବଢିବାରେ ଲାଗିଛି। ଜିଲ୍ଲାର ହରଭଙ୍ଗା ଓ ବୌଦ୍ଧ ବ୍ଲକର ପ୍ରାୟ ୨୦ ରୁ ଅଧିକ ପଞ୍ଚାୟତରେ ଏହି ଚାଷ ଅନେକ ଚାଷୀଙ୍କ ରୋଜଗାରର ମାଧ୍ୟମ ପାଲଟିଥିବା ବେଳେ ଜିଲ୍ଲାକୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ।

ଖରା ଦିନର ତାତିରେ ପେଟକୁ ଥଣ୍ଡା ରଖେ ତରଭୁଜ। ଖାଇବାରେ ସ୍ବାଦ ସହ ଶରୀର ପାଇଁ ମଧ୍ୟ ବେଶ ଉପଯୋଗୀ। ମାର୍ଚ୍ଚ ମାସର ଶେଷରୁ ଅମଳ ଆରମ୍ଭ ହୋଇ ମେ ମାସ ଅର୍ଥାତ ଖରାଦିନ ପର୍ଯ୍ୟନ୍ତ ରହିଥାଏ ତରଭୁଜ ଚାଷ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details