ବୌଦ୍ଧ:ଜିଲ୍ଲାରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳସେଚନ ଓ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ବସୁଧା ଯୋଜନାରେ ସରକାରଙ୍କ ପାନୀୟଜଳ ପ୍ରକଳ୍ପ ଏଠାରେ ପହଞ୍ଚିଛି ସତ, କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ପଦ୍ମନପୁର ପଞ୍ଚାୟତ କୁସୁମଝୁଲି ଗ୍ରାମରେ ।
ଖରା ସାଙ୍ଗକୁ ଦାଉ ସାଧୁଛି ଜଳକଷ୍ଟ, ପାଣିପାଇଁ ହାହାକାର କୁସୁମଝୁଲି ଗ୍ରାମବାସୀ - ବୌଦ୍ଧରେ ଜଳକଷ୍ଟ
ପାଣିପାଇଁ ଡହଳବିକଳ କୁସୁମଝୁଲି ଗ୍ରାମବାସୀ । ସରକାର ଲୋକଙ୍କୁ ସୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ବସୁଧା ଯୋଜନା ଭଳି ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଆଜି ବି ଅନେକ ଗାଁରେ ସୁଦ୍ଧ ପାନୀୟ ଜଳ ପାଲଟିଛି ଲୋକଙ୍କ ସ୍ୱପ୍ନ । ଅଧିକ ପଢ଼ନ୍ତୁ
ବହୁବିଧ ସମସ୍ୟା ଘେରରେ କୁସୁମଝୁଲି ଗ୍ରାମବାସୀ । ଗ୍ରାମରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିଲେ ମଧ୍ୟ ଏଠାରେ ସବୁଦିନିଆ ରାସ୍ତା, ଆବାସ ଯୋଜନା ଭଳି ସମସ୍ୟା ଦେଖାଦେଉଛି । ବାଧ୍ୟ ହୋଇ ଗ୍ରାମବାସୀ 3ରୁ4 କିଲୋମିଟର ଦୂରରେ ଥିବା ଏକ ବିଦ୍ୟାଳୟର ନଳକୂପ ଉପରେ ନିର୍ଭର କରୁଛନ୍ତି । ମେଗା ପାନୀୟଜଳ ଯୋଗାଣ ପାଇଁ ଗ୍ରାମର ପ୍ରତ୍ୟେକଙ୍କ ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ରହିଥିଲେ ମଧ୍ୟ କେବେ କାର୍ଯ୍ୟକ୍ଷମ ହେବ କୌଣସି ସୂଚନା ନାହିଁ । ଏନେଇ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି କୁସୁମଝୁଲି ଗ୍ରାମବାସୀ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ