ବୌଦ୍ଧ: ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦୁଃଖ ଦେଉଛି ଜଳ କଷ୍ଟ । ଜଳ ଅଭାବରୁ ଏବେ ସୃଷ୍ଟି ହୋଇଛି ହାହାକାର । ବୈଦ୍ଧ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଏବେ ଜଳସେଚନ ଓ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ବସୁଧା ଯୋଜନାରେ ସରକାରଙ୍କ ପାନୀୟଜଳ ପ୍ରକଳ୍ପ ଏଠାରେ ପହଞ୍ଚିଛି ସତ, କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନଥିବାରୁଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
ଚନ୍ଦ୍ରପୁର ଓ ଲୋକାପଡା ଠାରେ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ତାହା କେବେ ସମ୍ପୂର୍ଣ୍ଣ ହେବ ସେନେଇ କୌଣସି ସୂଚନା ନାହିଁ । ଏନେଇ ଖୋଦ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଉଭୟ ଜଳସେଚନ ଓ ପାନୀୟଜଳ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।