ବୌଦ୍ଧ: ଖରା ଆରମ୍ଭରୁ ଦେଖାଦେଲାଣି ଜଳ କଷ୍ଟ । ବୌଦ୍ଧ ଜିଲ୍ଲାରେ ପାରଦ 44 ଡିଗ୍ରୀ ଛୁଇଁଥିବା ବେଳେ ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ଉତ୍କଟ ପରିଲକ୍ଷିତ ହୋଇଛି । ଅଧିକାଂଶ ପଞ୍ଚାୟତରେ ଫେଲ ମାରିଛି ବସୁଧା ଯୋଜନା । ପାନୀୟ ଜଳ ଅଭାବରୁ ଉପାନ୍ତ ଅଞ୍ଚଳର ଲୋକେ ଦୂଷିତ ପାଣି ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ ଦାଉ ସାଧୁଛି ଜଳ ସଂକଟ । ବୌଦ୍ଧ ଜିଲ୍ଲାର ମହାନଦୀ ସମେତ ବିଭିନ୍ନ ଉପନଦୀରେ ଜଳପ୍ରବାହ ଶୁଖିବାକୁ ବସିଲାଣି । ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟଜଳର ସମସ୍ୟା ଦେଖାଦେଇଛି । ଆଢେଣୀଗଡ, ମହାଲିକପଡା, କୁଶଙ୍ଗ, ଟିକରପଡା,ବନ୍ଧାପଥର, ଆମ୍ବଝରୀ, ଶଗଡା, ବରଗୋଛା, ନାରାୟଣପ୍ରସାଦ,ଉମା ଭଳି ଅନେକ ପଞ୍ଚାୟତ ବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।